ଖେଳୁଥିବା ବେଳେ ପୋଖରୀ ପଡ଼ି ଶିଶୁ ମୃତ

ଦିଗପହଣ୍ଡି,୨୬।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡି ଗ୍ରାମର ପୋଖରୀରେ ବୁଡ଼ି ଶନିବାର ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁ ହେଲେ ଡେଙ୍ଗାଡି ଗ୍ରାମର ରଞ୍ଜନ ସାହୁଙ୍କ ଏକମାତ୍ର ପୁତ୍ର ସିଦ୍ଧାର୍ଥ । ସିଦ୍ଧାର୍ଥ ଘର ନିକଟ ପୋଖରୀ ହିଡରେ ସକାଳ ପ୍ରାୟ ୮ ଟାରେ ଖେଳୁଥିବା ବେଳେ ଅସାବଧାନତା କାରଣରୁ ପୋଖରୀ ଭିତରକୁ ଖସି ପଡ଼ିଥିଲେ। ଦୀର୍ଘ ୨ ଘଣ୍ଟା ଧରି ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ସିଦ୍ଧାର୍ଥଙ୍କୁ ଖୋଜାଖୋଜି କରିବା ପରେ ପୋଖରୀରେ ଭାସୁଥିବା ଦେଖିଥିଲେ। ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପାଟପୁର ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲା। ବ୍ୟବଚ୍ଛେଦ ପରେ ପୋଲିସ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡି ଉତ୍ସବ ଘୁମୁରା: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ସହର

କେସିଙ୍ଗା,୧୧ା୧(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍‌ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଶନିବାର ଅନୁଷ୍ଠିତ ହୋଇଯାଇଛି। ସହରର ବୁଢ଼ାଡଙ୍ଗର ମନ୍ଦିରରେ ପୂଜାର୍ଚ୍ଚନା ପରେ ମଶାଲ ଶୋଭାଯାତ୍ରା...

ପ୍ରଥମ ଥର ପାଇଁ ପକ୍ଷୀ ଦେହରେ ଲାଗିଲା ଟ୍ରାକର

ଭୁବନେଶ୍ୱର,୧୧।୧: ପ୍ରଥମ ଥର ପାଇଁ ପକ୍ଷୀ ଦେହରେ ଲାଗିଛି ସୌର ଚାଳିତ ଟ୍ରାକର। ଚିଲିକା ନଳବଣକୁ ଆସିଥିବା ବିଦେଶୀ ପକ୍ଷୀ ଫ୍ଲେମିଙ୍ଗୋ ଦେହରେ ଏହି ଟ୍ରାକର...

ସମାଜ ପାଇଁ କ’ଣ ରହିଛି ଗଣମାଧ୍ୟମର ଭୂମିକା: ମତ ରଖିଲେ ଅତିଥି…

କର୍ଲାମୁଣ୍ଡା/ରିଷିଡା:୧୧।୧(ପ୍ରଦୀପ କୁମାର ସାହୁ/ସୁଶାନ୍ତ କୁମାର ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଜଗନ୍ନାଥ ଡିଗ୍ରୀ କଲେଜରେ କର୍ଲାମୁଣ୍ଡା ପ୍ରେସ କ୍ଳବର ୨୭ତମ ବାର୍ଷିକ ଉତ୍ସବ...

‘ସୁଭଦ୍ରା’ରେ ପୁନଃସାମିଲ ହେଲେ ୮ହଜାରରୁ ଅଧିକ ଆବେଦନକାରୀ

ଭୁବନେଶ୍ୱର,୧୦ା୧: ସୁଭଦ୍ରା ଯୋଜନାରେ ଭୁଲ୍‌ରେ ଅପଟ୍‌ ଆଉଟ ହୋଇଥିବା ଆବେଦନକାରୀ ପୁନଃସାମିଲ ହୋଇଛନ୍ତି। ଶନିବାର ସୁଦ୍ଧା ସୁଭଦ୍ରା ଯୋଜନାରେ ପୁଣି ୮ ହଜାରରୁ ଅଧିକ ଆବେଦନକାରୀ...

ସକାଳୁ ସକାଳୁ କେନ୍ଦୁଝରରେ ଘନ କୁହୁଡ଼ି: ଯାତାୟାତ ବ୍ୟାହତ

କେନ୍ଦୁଝର,୧୧।୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଶନିବାର ଘନ କୁହୁଡ଼ି ଦେଖାଯାଇଛି। ଘନ କୁହୁଡ଼ି ଯୋଗୁ ସକାଳ ୧୦ଟା ପର୍ଯ୍ୟନ୍ତ କେତେକ ଅଞ୍ଚଳରେ ଯାତାୟାତ ବ୍ୟାହତ...

ଆକ୍ରମଣ ମହଙ୍ଗା ପଡିଲା: ଆଜିଠୁ ଏନିମଲ୍ ରୋବୋଟିକ୍ ଶୋ ବନ୍ଦ

ମଥୁରାନଗରୀ, ୧୧।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ଉପଲକ୍ଷେ ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡିଆରେ ମୀନାବଜାର ସମେତ...

ଛେଳି ଚରାଇବାକୁ ଯାଇଥିବାବେଳେ ହାତୀ ହାବୁଡରେ ପଡିଗଲେ ମହିଳା

କେନ୍ଦୁଝର,୧୧।୧ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ ଅନ୍ତର୍ଗତ ଗୟଳ ମୁଣ୍ଡା ଗ୍ରାମରେ ଶୁକ୍ରବାର ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଆରମ୍ଭ, ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ୨ ଦିନ କର୍ଫ୍ୟୁ

ବାଲେଶ୍ୱର,୧୧।୧(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ଶନିବାର ସହରର ବିଭିନ୍ନ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି । ବାଲେଶ୍ବର ସହରର ନୂଆବଜାର, ଯାଦବପୁର,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri