ସ୍ମାର୍ଟଫୋନ୍‌ ଫ୍ଲାଶ୍‌ଲାଇଟ୍‌ରୁ ଶିଶୁକୁ ଭୟଙ୍କର ରୋଗ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲଣ୍ଡନ,୩ା୩: ବ୍ରିଟେନର ଲଣ୍ଡନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଏଠାକାର ଜଣେ ମା’ ଯେତେବେଳେ ତାଙ୍କ ତିନି ବର୍ଷ ଶିଶୁର ଆଖିରେ କିଛି ଅଜବ ଦୃଶ୍ୟ ଦେଖିଲେ। ଡାକ୍ତରଙ୍କ ନିକଟକୁ ନେବାରୁ ଯାହା କହିଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ଲଣ୍ଡନର କେଣ୍ଟରେ ରହୁଥିବା ୪୦ ବର୍ଷୀୟ ସାରା ହେଜେସ୍‌ ନିଜ ସ୍ମାର୍ଟଫୋନ୍‌ରେ ପିଲାର ଫଟୋ ଉଠାଉଥିଲେ। ସାରା ତାଙ୍କ ରୋଷେଇ ଘରେ କାମ କରୁଥିବା ବେଳେ ସେ ପିଲାକୁ ଦେଖିଲେ। ସେ ତାଙ୍କ ପୁଅ ଆଖିରେ ଏକ ଅଦ୍ଭୁତ ଧଳା ଆଲୋକ ପରି କିଛି ଦେଖିଲେ। ଏହା ପରେ ସେ ନିଜ କାମ ଛାଡ଼ି ପୁଅ ନିକଟକୁ ଯାଇ ସ୍ମାର୍ଟଫୋନର ଫ୍ଲାଶ୍‌ ଲାଇଟ୍‌ ଅନ୍‌ କଲେ। ଏହା ପରେ ସେ ଯାହା ଦେଖିଲେ ତାଙ୍କ ହୋସ୍‌ ଉଡ଼ିଗଲ।

ଯେତେବେଳେ ସେ ନିଜର ଚିନ୍ତା କମାଇବା ପାଇଁ ଇଣ୍ଟରନେଟ୍‌ରେ ଏହାକୁ ନେଇ ସର୍ଚ୍ଚ କଲେ ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଗଲେ। ଏକ ରିପୋର୍ଟରୁ ପ୍ରକାଶ ଯେ, ତାଙ୍କ ପୁଅ ଥୋମାସ୍‌ର ବିରଳ କର୍କଟ ରୋଗ ରେଟିନୋବ୍ଲାଷ୍ଟୋମା ଭଳି ଲକ୍ଷଣ ରହିଛି।

ଏହା ପରେ ସାରା ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରି ଶିଶୁର ପରୀକ୍ଷା ପାଇଁ ଥୋମାସଙ୍କୁ ମେଡଓ୍ବେ ହସ୍ପିଟାଲକୁ ପଠାଇଲେ। ଅନୁସନ୍ଧାନ ରିପୋର୍ଟ୍‌ ଆସିବା ପରେ ଏହା ପ୍ରମାଣିତ ହୋଇଥିଲା ଯେ ଥୋମାସରେ ରେଟିନୋବ୍ଲାଷ୍ଟୋମା କର୍କଟ ହୋଇଛି। ଏହା ପରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା।

ଥୋମାସଙ୍କର କେମୋଥେରାପିର ୬ଟି ପର୍ଯ୍ୟାୟରେ ହୋଇଥିଲା। ଅଧିବେଶନ ସହିତ ଦୀର୍ଘଦିନର ଚିକିତ୍ସା ପରେ, ଥୋମାସ ୧୦ ମଇ ୨୦୨୩ରେ ତାଙ୍କର ଶେଷ କେମୋଥେରାପି କରିଥିଲେ ଏବଂ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।

ଧଳା ଫ୍ଲାଶ୍‌ ବ୍ୟତୀତ ଆଖିର ପରିବର୍ତ୍ତିତ ରୂପ କିମ୍ବା ଆଖି ଫୁଲିଯିବା ମଧ୍ୟ କର୍କଟ ରୋଗର ଲକ୍ଷଣ। ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରିଚାର୍ଡ ଆଷ୍ଟନ କହିଛନ୍ତି, ପ୍ରାୟ ୫୦ ପ୍ରତିଶତ କ୍ଷେତ୍ରରେ ଯଦି ଠିକ ସମୟରେ ଚିକିତ୍ସା ଯୋଗାଇ ଦିଆଯାଇ ନ ଥାଏ ତେବେ ରୋଗୀର ପ୍ରଭାବିତ ଆଖିକୁ ହଟାଇବାକୁ ପଡ଼ିବ। ଥୋମାସଙ୍କ କ୍ଷେତ୍ରରେ ଠିକ୍‌ ସମୟରେ ନିରାକରଣ କରାଯାଇଥିଲା। ଆଖି ବାହାର ନ କରି ଲକ୍ଷଣଗୁଡ଼ିକର ଚିକିତ୍ସା କରାଯାଇଥିବାରୁ ସେ ସୁସ୍ଥ ହୋଇଗଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଖରାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଦହିପଣା ବଣ୍ଟନ

ଛତ୍ରପୁର,୨୨।୪,(ଦିଲ୍ଲୀପ ସାମଲ) : ଗ୍ରୀଷ୍ମ ପ୍ରବାହ ଯୋଗୁଁ ଚାରିଆଡେ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇପଡିଥିବା ବେଳେ ଗଞ୍ଜାମ ଜିଲାର ସଦର ମହକୁମା ଛତ୍ରପୁର ସହର...

ଅନ୍ୟାୟ, ଅତ୍ୟାଚାର ଅଭିଯୋଗ: ନ୍ୟାୟ ଦାବିରେ ସପରିବାର ଧାରଣା

ବରଗଡ଼,୨୨।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ଥାନା ଦେବାହାଲ ଗ୍ରାମର ଲିପି ସାହୁଙ୍କ ପରିବାର ଉପରେ କିଛି ଲୋକ ଅନ୍ୟାୟ, ଅତ୍ୟାଚାର କରି ଚାଲିଥିବା ଅଭିଯୋଗ...

ଅତି ସହଜରେ ଘରେ ପ୍ରସ୍ତୁତ କରନ୍ତୁ ମ୍ୟାଙ୍ଗୋ କୁଲ୍‌ଫି; ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ…

ଖରାଦିନ ଆସିଲେ ଥଣ୍ଡା ଖାଇବାକୁ ମନ ବଳିଥାଏ। ସେ ଆଇସକ୍ରିମ ହେଉ ଅବା ଲସି ଘରେ ଘରେ ଏହାର ଚାହିଦା ବଢ଼ିଯାଇଥାଏ। ହେଲେ ଆଜିର ସମୟରେ...

IPL ରେ ଏହି ଟିମ ଉପରେ ଆସିଲା Match Fixing ଅଭିଯୋଗ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୨।୪: ଲକ୍ଷ୍ନୌ ସୁପରଜାଏଣ୍ଟସ ବିପକ୍ଷରେ ଜିତିଥିବା ମ୍ୟାଚ ହାରିବା ପରେ ରାଜସ୍ଥାନ ରୟାଲ୍ସ ଉପରେ Match Fixingର ଅଭିଯୋଗ ଆସିଛି। ଏହି ମ୍ୟାଚରେ ରାଜସ୍ଥାନକୁ ଜିତିବା...

ବିବାହ ବାର୍ଷିକୀରେ ମା’ ହେଲେ ଜ୍ୱାଲା ଗୁଟ୍ଟା: ଖୁସି ହେଲା ଦ୍ୱିଗୁଣିତ

ଚେନ୍ନାଇ,୨୨।୪: ପୂର୍ବତନ ଭାରତୀୟ ବ୍ୟାଡମିଣ୍ଟନ ତାରକା ଜ୍ୱାଲା ଗୁଟ୍ଟା ମା’ ହୋଇଛନ୍ତି। ସେ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଏହାସହ ଜ୍ୱାଲାଙ୍କ ଖୁସି ଦ୍ୱିଗୁଣିତ ହୋଇଛି।...

ଏମିତି ବି ଆସେ ମୃତ୍ୟୁ! ମା’ ବିଦ୍ୟୁତ ସଂସ୍ପର୍ଶରେ ଆସିବା ଦେଖି ଧାଇଁ ଯାଇଥିଲେ ପୁଅ, ଏକାଠି ଚାଲିଗଲା ଦୁହିଁଙ୍କ ଜୀବନ

ଭବାନୀପାଟଣା,୨୨।୪( ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌.ରାମପୁର ଥାନା ଅନ୍ତର୍ଗତ ସାଇ ଦଲଙ୍ଗା ଗ୍ରାମ ପଞ୍ଚାୟତର ଟୁର୍ଚି (ଡଙ୍ଗର ପଡ଼ା)ରୁ ମଙ୍ଗଳବାର ସକାଳୁ ଏକ...

ଫସିଗଲେ ବାବା ରାମଦେବ, ଭର୍ତ୍ସନା କଲେ Delhi High Court

ନୂଆଦିଲ୍ଲୀ,୨୨।୪: ଦିଲ୍ଲୀ ହାଇକୋର୍ଟ ହମଦର୍ଦ କମ୍ପାନୀ ଏବଂ ଏହାର ଲୋକପ୍ରିୟ ଉତ୍ପାଦ ରୁହ ଅଫଜା ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ଯୋଗଗୁରୁ ବାବା ରାମଦେବଙ୍କୁ ଭର୍ତ୍ସନା...

ସ୍ତ୍ରୀଙ୍କୁ ମାଡ଼ ମାରୁଥିଲେ ପ୍ରସିଦ୍ଧ କ୍ରିକେଟର୍‌: ଥାନାରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୨।୪: ପୂର୍ବତନ ଭାରତୀୟ କ୍ରିକେଟର ଅମିତ ମିଶ୍ରଙ୍କ ନାଁରେ ତାଙ୍କ ପତ୍ନୀ ଗରିମା ମିଶ୍ର ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଅମିତ ତାଙ୍କୁ ଯୌତୁକ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image