Advertisement

ଭିତରେ ଥିଲେ ଶିଶୁ: ଅଙ୍ଗନୱାଡ଼ି କେନ୍ଦ୍ରରୁ ଖସିଲା ସିମେଣ୍ଟ ଖଣ୍ଡ

କେନ୍ଦୁଝର,୨୧ା୨(ଦୀପକ ମିଶ୍ର): କେନ୍ଦୁଝର ସଦର ବ୍ଲକ୍‌ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ନରସିଂହପୁର ଅଙ୍ଗନୱାଡ଼ି ତାଜାରୁ ଶୁକ୍ରବାର ସିମେଣ୍ଟ ଖଣ୍ଡ ଖସିଛି। ସୌଭାଗ୍ୟ ବସତଃ ସେତେବେଳେ ଶିଶୁମାନେ ଅଙ୍ଗନୱାଡ଼ି ଆସିଥିଲେ ବି ମମତା ଗୃହରେ ଥିବାରୁ ଅଳ୍ପକେ ବିପଦ ମୁହଁରୁ ବର୍ତ୍ତି ଯାଇଥିଲେ।

୨୫ ବର୍ଷ ହେଲାଣି ଘର ଚଟାଣ ଭାଙ୍ଗି ରୁଜି ଯାଇଥିବାବେଳେ ଛାତ ଏବଂ ତାଜା କାନ୍ଥ ଭାଙ୍ଗି ବିପଦ ସଙ୍କୁଳ ଅବସ୍ଥାରେ। ଅଙ୍ଗନୱାଡି ପାଚିକା ନିଲୁମଣି ମହାକୁଡ଼ଙ୍କୁ ପଚାରିବାରୁ ନୂତନ ଗୃହ ନିର୍ମାଣ କରିବା ପାଇଁ ସଦର ବିଡିଓଙ୍କୁ ଅଭିଯୋଗ କରିଛୁ। ମାତ୍ର ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ପିଲାଙ୍କ ପ୍ରତି ବିପଦ ରହିଥିବା ଅଭିଯୋଗ କରିଥିଲେ।

ଆଜି ତାଜା ଖସିବା ପରେ ୩୮ଜଣ ଶିଶୁ ନିକଟରେ ଥିବା ମମତା ଗୃହରେ ବସି ପାଠ ପଢୁୁଛନ୍ତି। ଏହାଛଡ଼ା ପିଲାଙ୍କ ସୁରକ୍ଷା ପାଇଁ ଚତଃପାଶ୍ୱରେ ପାଚେରି ନିର୍ମାଣ କରାଯାଇ ନାହିଁ। କେବଳ ବିଦ୍ୟାଳୟ ସମ୍ମୁଖରେ ଅଳ୍ପ ତାର ବାଡ ଦିଆଯାଇଥିବାରୁ କୁକୁର, ଗାଈ, ଛେଳି ପ୍ରବେଶ କରୁଛନ୍ତି। ଅଙ୍ଗନୱାଡି ଏବଂ ପ୍ରାଥମିକ ବିଦ୍ୟାଳୟ ଦ୍ୱୟ ଲାଗି ରହିଥିବାବେଳେ ଉଭୟ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ପ୍ରତି ବିପଦ ରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ତୁରନ୍ତ ନୂତନ ଅଙ୍ଗନୱାଡି ଗୃହ ନିର୍ମାଣ ସହିତ ପାଚେରି ନିର୍ମାଣ କରିବାକୁ ଦାବି ହୋଇଛି। ଏହି ସମସ୍ୟା ସମ୍ପର୍କରେ ଜିଲା ସମାଜ କଲ୍ୟାଣ ଅଧିକାରୀ ମିତା ନାଏକଙ୍କୁ ପଚାରିବାରୁ ତୁରନ୍ତ ପିଲାଙ୍କୁ ଅନ୍ୟ ସ୍ଥାନରେ ପାଠ ପଢ଼ା ଯିବ ଏବଂ ଆଉ ଏକ ନୂତନ ଗୃହ ନିର୍ମାଣ କରାଯିବ ବୋଲି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share