ବାଲ୍ୟବିବାହ ମୁକ୍ତ ଗଞ୍ଜାମ ଘୋଷଣାରେ ସୀମିତ

ଛତ୍ରପୁର,୨୧।୯(ଡି.ଏନ୍‌.ଏ.):ଗଞ୍ଜାମ ଜିଲାକୁ ପ୍ରଶାସନ ଚଳିତବର୍ଷ ଜାନୁୟାରୀ ୩ ତାରିଖରେ ବାଲ୍ୟବିବାହ ମୁକ୍ତ ଜିଲା ଭାବେ ଘୋଷଣା କରିଥିଲା। ଏପରିକି ବାଲ୍ୟ ବିବାହ ସମ୍ପର୍କରେ ସୂଚନା ଦେଲେ ସୂଚନାଦାତାକୁ ୫୦ ହଜାର ଟଙ୍କାର ପୁରସ୍କାର ଦିଆଯିବା ନେଇ ତକତ୍ାଳୀନ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଘୋଷଣା କରିଥିଲେ ା ଏପଟେ ଚଳିତବର୍ଷ ଗତ ୮ ମାସ ମଧ୍ୟରେ ୨୭୫ ବାଲ୍ୟ ବିବାହ ରୋକାଯାଇଛି ା ଯାହାକି ଗତ ୬ ବର୍ଷ ମଧ୍ୟରେ ସର୍ବାଧିକ ା ଏହି ତଥ୍ୟକୁ ଦେଖିଲେ ବାଲ୍ୟବିବାହ ଜିଲା ଘୋଷଣା କେବଳ କାଗଜକଲମରେ ବୋଲି ସ୍ପଷ୍ଟ ଜଣାପଡୁଛି ା ଜିଲାରେ ଏବେ ବି କେଉଁଠି ନା କେଉଁଠି ବାଲ୍ୟ ବିବାହ ହେଉଛି ା ଏହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଏଥିରେ ସଫଳତା ମିଳୁଥିଲେ ମଧ୍ୟ ଜିଲା ସମ୍ପୂର୍ଣ୍ଣ ବାଲ୍ୟ ବିବାହ ମୁକ୍ତ ହୋଇପାରିନି ା
ରାଜ୍ୟରେ ସର୍ବାଧିକ ଗଞ୍ଜାମ ଜିଲାରେ ବାଲ୍ୟ ବିବାହ ହୋଇଆସୁଛି ା ଯେଉଁ ଅଞ୍ଚଳରେ ବିବାହ ହେଲେ ଅଙ୍ଗନୱାଡିକର୍ମୀଙ୍କ ଦ୍ୱାରା ବର କନ୍ୟାଙ୍କ ଆଧାରକାର୍ଡ ଯାଞ୍ଚ କରାଯିବାକୁ କୁହାଯାଇଥିଲା ା ଏହା ଠିକ୍‌ ଭାବେ ହେଉ ନ ଥିବା ଜଣାଯାଇଛି ା ଗତ ୬ ବର୍ଷ ମଧ୍ୟରେ ଜିଲାରେ ୭୯୫ଟି ବାଲ୍ୟ ବିବାହକୁ ପ୍ରଶାସନ ପକ୍ଷରୁ ରୋକା ଯାଇପାରିଥିବା ଏକ ସମୀକ୍ଷା ବୈଠକରୁ ସୂଚନା ମିଳିଛି ା ତେବେ ଚଳିତବର୍ଷ ସର୍ବାଧିକ ୨୭୫ ବାଲ୍ୟ ବିବାହ ରୋକାଯାଇଥିବାରୁ ଚିନ୍ତାର ବିଷୟ ହୋଇଛି ା ଏଣିକି କୌଣସି ସ୍କୁଲରେ ନାବାଳିକା ଛାତ୍ରୀ ଲଗାତାର ଭାବେ ୫ ଦିନ ଅନୁପସ୍ଥିତ ରୁହନ୍ତି ଶିକ୍ଷକମାନେ ତାହାର କାରଣ ଯାଞ୍ଚ କରିବେ। ସେହିପରି ଅଙ୍ଗନୱାଡି କର୍ମୀ ଓ ଆଶା କର୍ମୀ ମଧ୍ୟ ସେମାନଙ୍କ ଅଞ୍ଚଳରେ ବାଲ୍ୟ ବିବାହ ହେଉଥିଲେ ସିଡିପିଓଙ୍କୁ ଜଣାଇବାକୁ କୁହାଯାଇଛି ା

Share