ବାଲ୍ୟବିବାହ ମୁକ୍ତ ହୋଇନି ଗଞ୍ଜାମ ଜିଲା

ଛତ୍ରପୁର,୧୫ା୨(ସନ୍ତୋଷ ପାଢୀ):ଗଞ୍ଜାମ ଜିଲାକୁ ବାଲ୍ୟବିବାହମୁକ୍ତ ଜିଲା ଭାବେ ୨୦୨୨ ଜାନୁୟାରୀ ୩ ତାରିଖରେ ଘୋଷଣା ହୋଇଥିଲା। ତେବେ ଏବେ ବି ଜିଲାର ବିଭିନ୍ନ ସ୍ଥାନରେ ବାଲ୍ୟ ବିବାହ ହେଉଥିବା ଦେଖିବାକୁ ମିଳୁଛି। ଏପରିକି ବାଲ୍ୟ ବିବାହକୁ ରୋକିବାରେ ପ୍ରଶାସନ ସଫଳ ହେଉଥିବା ନେଇ ଏହାର ସଂଖ୍ୟା ମଧ୍ୟ ଢେର ବଢିଛି। ଏସବୁକୁ ପର୍ଯ୍ୟାଲୋଚନା କଲେ ଏବେ ବି ଗଞ୍ଜାମ ଜିଲାରେ ବାଲ୍ୟ ବିବାହ ସମ୍ପୂର୍ଣ୍ଣ ବନ୍ଦ ହୋଇନି। ଜିଲାରେ ଏହି କୁ-ପ୍ରଥାକୁ କେତେକ ଲୋକ, ଜାତି ଓ ସମାଜ ଏବେ ବି ଛାଡିପାରିନଥିବା ଜଣାଯାଇଛି। ସୂଚନାଯୋଗ୍ୟ ରାଜ୍ୟରେ ସର୍ବାଧିକ ବାଲ୍ୟ ବିବାହ ଗଞ୍ଜାମ ଜିଲାରେ ହୋଇଆସୁଥିଲା। ଏହାକୁ ହ୍ରାସ, ରୋକିବା ସହ ଶିଶୁ ବିବାହ ପ୍ରୋହିବିସନ ଆକ୍ଟ-୨୦୦୬ ର କାର୍ଯ୍ୟକାରୀ ପାଇଁ ଗଞ୍ଜାମ ଜିଲାରେ ୨୦୧୯ରୁ ବହୁ ପଦକ୍ଷେପ ଜିଲା ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଥିଲା। ‘ନିର୍ଭୟକଢୀ’ ଠାରୁ ଆରମ୍ଭ କରି ‘ମୋ ଗେହ୍ଲା ଝିଅ’ ଭଳି ବହୁ ଯୋଜନାର ସଫଳ ରୂପାୟନ ଲାଗି ଗଞ୍ଜାମ ଜିଲାରେ ବାଲ୍ୟବିବାହ ରୋକିବାରେ ଅନେକ ସଫଳତା ମିଳିଥିଲା। ଏହାଫଳରେ ଜିଲାରେ ବାଲ୍ୟ ବିବାହ ଅଧିକାଂଶରେ କମିଯାଇଥିଲା। ପରେ ୨୦୨୨ରେ ତକତ୍ାଳୀନ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପକ୍ଷରୁ ଜିଲାକୁ ବାଲ୍ୟ ବିବାହ ମୁକ୍ତ ଜିଲା ଭାବେ ଘୋଷଣା କରାଯାଇଥିଲା। ଉକ୍ତ ବର୍ଷ ଜିଲାରେ ସର୍ବାଧିକ ୩୩୧ଟି ବାଲ୍ୟ ବିବାହକୁ ପ୍ରଶାସନ ରୋକିବାରେ ସକ୍ଷମ ହୋଇଥିଲା। ଏପରିକି ବାଲ୍ୟ ବିବାହ ସମ୍ପର୍କରେ କେହି ସୂଚନା ଦେଲେ ତାଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ସେତେବେଳେ ଜିଲାପାଳ ଘୋଷଣା କରିଥିଲେ। ତାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ନିର୍ଭୟକଢୀ’ କାର୍ଯ୍ୟକ୍ରମ ଜିଲାସ୍ତରଠାରୁ ଆରମ୍ଭ ହୋଇ ବ୍ଲକ ଓ ଗାଁସ୍ତରରେ ବେଶ୍‌ ସଫଳତାର ସହ ଆୟୋଜନ ହେଉଥିଲା। ଜିଲାରେ ବାଲ୍ୟବିବାହକୁ କମାଇବାରେ ଏହି କାର୍ଯ୍ୟକ୍ରମ ବେଶ୍‌ ଭୂମିକା ଗ୍ରହଣ କରିଥିଲା। ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଆୟୋଜନ କରି ନବଜାତ କନ୍ୟା ଶିଶୁ ଓ ତାଙ୍କ ମା’ଙ୍କୁ ପ୍ରଶାସନ ପକ୍ଷରୁ ସମ୍ବର୍ନ୍ଧିତ କରାଯାଇଆସୁଛି। ଏପରିକି ପ୍ରଶାସନର ନିର୍ଦ୍ଦେଶରେ ଜିଲାରେ ଥିବା ବିଭିନ୍ନ ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନରେ ବାଲ୍ୟ ବିବାହକୁ ମନା ବୋଲି ଲେଖାଯାଇଥିବା ଦେଖିବାକୁ ମିଳୁଛି। ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ବିଭିନ୍ନ ଜାତି ସମାଜର କର୍ମକର୍ତ୍ତାମାନଙ୍କୁ ନେଇ ପ୍ରଶାସନ ବୈଠକ କରି ସହଯୋଗ ଲୋଡିଥିଲା। ଏବେବି ଅନେକ ସ୍ଥାନରେ ବାଲ୍ୟବିବାହ ହେଉଥିବା ଜଣାପଡ଼ିଛି। ଅପରପକ୍ଷରେ ଅଧିକାଂଶ ସ୍ଥାନରେ ବାଲ୍ୟ ବିବାହକୁ ରୋକିବାରେ ପ୍ରଶାସନକୁ ସଫଳତା ମିଳିଛି। ୨୦୨୩ରେ ଜିଲାରେ ୯୮ବାଲ୍ୟବିବାହ ରୋକାଯାଇଥିବା ବେଳେ ୨୦୨୨ରେ ୩୩୧, ୨୦୨୧ରେ ୨୦୧, ୨୦୨୦ରେ ୨୨୮, ୨୦୧୯ ରେ ୪୫ ଟି ବାଲ୍ୟବିବାହକୁ ରୋକାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri