Categories: ଜାତୀୟ

ନକଲି ଦସ୍ତାବିଜ ଆଧାରରେ ବାଲ୍ୟ ବିବାହ, ୧୫ ଗିରଫ

ଦିସପୁର,୧୪।୯: ଆସାମରେ ପୁଣି ବାଲ୍ୟ ବିବାହ ମାମଲା ସାମ୍ନାକୁ ଆସିଛି। ହାଇଲାକାଣ୍ଡି ଜିଲାରେ ନକଲି ଦସ୍ତାବିଜ ପ୍ରସ୍ତୁତ କରି ବାଲ୍ୟ ବିବାହର ବ୍ୟବସ୍ଥା କରୁଥିବା ପନ୍ଦର ଜଣଙ୍କୁ ପୋଲିସ ଗିରଫ କରିଛି।
ଅତିରିକ୍ତ ଏସପି ଶାମିର ଦପ୍ତାରୀ ବାରୁଆ କହିଛନ୍ତି, ଏହି ମାମଲାରେ ପ୍ରଥମେ ୧୬ଜଣଙ୍କୁ ଅଟକ ରଖାଯାଇଥିଲା, କିନ୍ତୁ ପ୍ରମାଣ ଅଭାବରୁ ଜଣଙ୍କୁ ମୁକ୍ତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ନକଲି ଦସ୍ତାବିଜ ପ୍ରସ୍ତୁତ କରି ବାଲ୍ୟ ବିବାହର ବ୍ୟବସ୍ଥା କରିଥିବା ଅଭିଯୋଗ ହୋଇଛି। ଜିଲାର ହାଇଲକାଣ୍ଡି ସହର, ପଞ୍ଚଗ୍ରାମ, କାଟଲିଚେରା, ଆଲଗାପୁର, ଲାଲା, ରାମନାଥପୁର ଏବଂ ବିଲାୟପୁର ଅଞ୍ଚଳରୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ସୂଚନାଯୋଗ୍ୟ, ଫେବୃଆରୀରେ ରାଜ୍ୟ ସରକାର ୪୦୦୦ରୁ ଅଧିକ ଲୋକଙ୍କୁ ଗିରଫ କରି ବାଲ୍ୟ ବିବାହ ଉପରେ ବ୍ୟାପକ କଟକଣା ଆରମ୍ଭ କରିଥିଲେ।

Share