ଶିଶୁ ମାନସିକ ସ୍ବାସ୍ଥ୍ୟର ଯତ୍ନ

ରାଜୀବ କର୍ମୀ

ଶିଶୁମାନଙ୍କ ମାନସିକ ସ୍ବାସ୍ଥ୍ୟ ମୁଖ୍ୟତଃ ଆବେଗିକ, ଭାବନାଗତ, ବିକାଶଗତ, ସାମାଜିକ ଦକ୍ଷତା ହାସଲ ଏବଂ ଅସୁବିଧା ସମୟରେ ଧୈର୍ଯ୍ୟର ସହ ସାମ୍ନା କରିବା ଉପରେ ପର୍ଯ୍ୟବସିତ। ମାନସିକ ଭାବରେ ସୁସ୍ଥ ଶିଶୁମାନେ ସକାରାତ୍ମକ ଜୀବନ ଶୈଳୀ ସହିତ ପରିବାର ଏବଂ ସମାଜରେ ଭଲ ପ୍ରଦର୍ଶନ କରିଥାନ୍ତି। ମାନସିକ ଅସୁସ୍ଥ ଶିଶୁର ଶିଖିବାର ଶୈଳୀ, ପରିସ୍ଥିତି, ଅନୁକୂଳ ବ୍ୟବହାର ଏବଂ ଆବେଗ ନିୟନ୍ତ୍ରଣରେ ଗୁରୁତର ପରିବର୍ତ୍ତନ ଦେଖାଦେଇଥାଏ। ଅନେକ ଶିଶୁ ବେଳେବେଳେ ଭୟ ଏବଂ ଚିନ୍ତାଗ୍ରସ୍ତ ହୋଇଥାନ୍ତି; ଯେଉଁଥିପାଇଁ ସେମାନେ ନକାରାତ୍ମକ ବ୍ୟବହାର କରିଥାନ୍ତି। ଯଦି ଘରେ, ବିଦ୍ୟାଳୟରେ ଏବଂ ଖେଳକୁଦ କରୁଥିବା ସ୍ଥାନରେ ଏହି ଲକ୍ଷଣଗୁଡ଼ିକ ଗୁରୁତର ଭାବରେ ଦେଖାଯାଉଛି ତେବେ ଶିଶୁର ମାନସିକ ସ୍ତରରେ କିଛି ଅସୁବିଧା ଥିବାର ସମ୍ଭାବନା ଥାଇପାରେ। ମାନସିକ ସ୍ବାସ୍ଥ୍ୟ କେବଳ ମାନସିକ ରୋଗର ଅନୁପସ୍ଥିତି ନୁହେଁ। କିଛି ଶିଶୁମାନେ ମାନସିକ ସ୍ବାସ୍ଥ୍ୟ ଠିକ୍‌ ଥିଲେ ବି ବେଳେବେଳେ ତାଙ୍କର ବ୍ୟବହାରରେ ପରିବର୍ତ୍ତନ ଆସିଥାଏ ଏବଂ ମାନସିକ ସ୍ବାସ୍ଥ୍ୟର ଅସୁବିଧା ଥିଲେ ଜୀବନକୁ ମୁକାବିଲା କରିବାର ଦକ୍ଷତା ଏବଂ ଦୁର୍ବଳତାରେ ଭିନ୍ନତା ଆସିଥାଏ। ତେଣୁ ମାନସିକ ସ୍ବାସ୍ଥ୍ୟର ସ୍ତରକୁ ଚିହ୍ନିବା ଏବଂ ବୁଝିବା ଅତ୍ୟଧିକ ଗୁରୁତ୍ୱ ବହନ କରେ।
ଶୈଶବରେ ମୁଖ୍ୟତଃ ଏ.ଡି.ଏଚ୍‌.ଡି. ଚିନ୍ତା, ଭୟ ଏବଂ ବ୍ୟବହାରିକ ବ୍ୟତିକ୍ରମ ଭଳି ଅସୁବିଧା ସହିତ ନିଜର ଆବେଗକୁ ନିୟନ୍ତ୍ରଣ, ଶିକ୍ଷଣ ଏବଂ ବିକାଶର ଅକ୍ଷମତା, ଅଟିଜମ୍‌ ଏବଂ ବେଳେବେଳେ ବିପଦପୂର୍ଣ୍ଣ ବ୍ୟବହାର ଯେପରି କି ନିଶାଦ୍ରବ୍ୟ ସେବନ ଏବଂ ନିଜକୁ କ୍ଷତି ପହଞ୍ଚାଇବା ଭଳି କେତେକ ମାନସିକ ଅସୁସ୍ଥତା ଦେଖାଦେଇଥାଏ। ଏହି ଲକ୍ଷଣ ଆଦ୍ୟ ଶୈଶବ, ସ୍କୁଲ ବୟସରେ, କିଶୋରାବସ୍ଥାରେ ଜଣାପଡ଼ିଥାଏ ଏବଂ କେତେକ ପିଲାଙ୍କ କ୍ଷେତ୍ରରେ ଏହା ବାହାରକୁ ଜଣାପଡ଼ି ନ ଥାଏ। ପିଲାର ବୟସ ବଢ଼ିବା ସଙ୍ଗେସଙ୍ଗେ ଲକ୍ଷଣରେ ପରିବର୍ତ୍ତନ ଆସିଥାଏ। ଯେପରି କି ଖେଳିବା ସମୟରେ ଅସୁବିଧା, ଶିଖିବାରେ ଅସୁବିଧା, କହିବାରେ ଅସୁବିଧା ଏବଂ ନିଜର ଆବେଗକୁ ନିୟନ୍ତ୍ରଣରେ ରଖିବାରେ ଅସୁବିଧା ଦେଖାଦେଇଥାଏ। ମାନସିକ ଅସୁସ୍ଥତା ବେଳେବେଳେ ଅତ୍ୟଧିକ ଗୁରୁତର ହୋଇଥାଏ, ଏପରି କି ଏହା ଜୀବନସାରା ମଧ୍ୟ ରହି ଶିଶୁର ଶାରୀରିକ ସ୍ବାସ୍ଥ୍ୟ, ଶିକ୍ଷା, ଜୀବନ ଜୀବିକାରେ ବାଧା ସୃଷ୍ଟି କରିଥାଏ। ଆଦ୍ୟ ଚିହ୍ନଟ ଏବଂ ଉପଚାର ବିନା ଏହା ଘରେ, ବିଦ୍ୟାଳୟରେ ଏବଂ ସମାଜରେ ଅସୁବିଧା ସୃଷ୍ଟି କରିଥାଏ; ଯାହା କି ଶିଶୁର ବିକାଶରେ ବାଧା ଉପୁଜେ ଏବଂ ପରବର୍ତ୍ତୀ ସମୟରେ ଏହାର ପ୍ରଭାବ ପଡ଼ିଥାଏ।
ସାମ୍ପ୍ରତିକ ଆକଳନ ଅନୁସାରେ ପୃଥିବୀର ୭ ଜଣରୁ ଜଣେ ୧୦ରୁ ୧୯ ବର୍ଷର ଶିଶୁ ଏବଂ କିଶୋର ମାନସିକ ଅସୁସ୍ଥତାର ଲକ୍ଷଣ ଦେଖାଇଥାନ୍ତି; ଯେଉଁଥିରୁ ଦକ୍ଷିଣ ଏସିଆରୁ ଭାଗ ଅଧିକ। ଭାରତରେ ଶିଶୁମାନଙ୍କର ମାନସିକ ସ୍ବାସ୍ଥ୍ୟକୁ ବେଶି ଗୁରୁତ୍ୱ ଦିଆଯାଏ ନାହିଁ। ତେଣୁ ଅନେକ ଅସୁସ୍ଥତାର ଚିହ୍ନଟ ଏବଂ ଚିକିତ୍ସା ହୋଇପାରେ ନାହିଁ। ଇଣ୍ଡିଆନ ଜର୍ନାଲ ଅଫ୍‌ ସାଇକିଆଟ୍ରିକ୍‌ ଅନୁସାରେ ଭାରତରେ ପାଞ୍ଚ କୋଟି ଶିଶୁ ମାନସିକ ଅସୁସ୍ଥତାର ଶିକାର ହୋଇଛନ୍ତି। ଯେଉଁମାନଙ୍କ ଭିତରୁ ୮୦ରୁ ୯୦ ଭାଗ ଚିକିତ୍ସା ଏବଂ ଅନ୍ୟାନ୍ୟ ସହାୟତା ପାଇପାରୁ ନାହାନ୍ତି। ଯାହାର ଏକ ବଡ଼ କାରଣ ହେଉଛି ମାନସିକ ସ୍ବାସ୍ଥ୍ୟର ଆବଶ୍ୟକତା ଏବଂ ସରକାରୀ ଅର୍ଥ ବ୍ୟବସ୍ଥାରେ ଏକ ବଡ଼ ଅନ୍ତର। ଏହି ଜର୍ନାଲ ଅନୁସାରେ ଭାରତ ତା’ର ବାର୍ଷିକ ବଜେଟ୍‌ର କେବଳ ୦.୫ ଭାଗ ମାନସିକ ସ୍ବାସ୍ଥ୍ୟର ବିକାଶରେ ଖର୍ଚ୍ଚ କରିଥାଏ।
ଶିଶୁର ମାନସିକ ଅସୁସ୍ଥତାର କାରଣଗୁଡ଼ିକ ମଧ୍ୟରେ ଶିଶୁର ପାରିବାରିକ ପରିବେଶ, ଳାଳନ ପାଳନ, ବିଦ୍ୟାଳୟର ବାତାବରଣ, ସମ୍ପର୍କର ଗୁଣବତ୍ତା, ବିଭିନ୍ନ ଶୋଷଣ ଏବଂ ଅବହେଳା, ବିଭେଦତା, ଦାରିଦ୍ର୍ୟ, ବିପର୍ଯ୍ୟୟ ଏବଂ ସ୍ବାସ୍ଥ୍ୟଗତ ଅସୁବିଧା ଯେପରି କି କୋଭିଡ୍‌ ଇତ୍ୟାଦି। ଏହି ସମସ୍ୟାକୁ ପ୍ରତିହତ କରିବାକୁ ହେଲେ ଉପରୋକ୍ତ ବିଷୟକୁ ପ୍ରାଧାନ୍ୟ ଦେବା ଜରୁରୀ। ସାମ୍ପ୍ରତିକ ଚିକିତ୍ସା ବିଜ୍ଞାନରେ ଅନେକ ନୂଆ ପଦ୍ଧତି ଅବଲମ୍ବନ କରି ଉପଚାର କରୁଥିବାର ନଜିର ରହିଛି; ଯେଉଁଥିରେ ମାତାପିତା, ଅଭିଭାବକ, ପଡ଼ୋଶୀ, ସାଙ୍ଗସାଥୀ ଏବଂ ଶିକ୍ଷକଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଅଭିଜ୍ଞ ବ୍ୟକ୍ତି ଏବଂ ଆବଶ୍ୟକ ସ୍ଥଳେ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ଜରୁରୀ । କିନ୍ତୁ ସବୁଠାରୁ ମୂଳ ହେଉଛି ଅସୁସ୍ଥତାର ଆଦ୍ୟ ଚିହ୍ନଟ ଏବଂ ଚିକିତ୍ସା।
ଶିଶୁର ମାନସିକ ସ୍ବାସ୍ଥ୍ୟରେ ପରିବର୍ତ୍ତନକୁ ମା’ବାପା ଚିହ୍ନିବା ଜରୁରୀ। ଯେପରି ପିଲା ଘରେ ବ୍ୟବହାରରେ ବ୍ୟତିକ୍ରମ, ବିଦ୍ୟାଳୟରେ ଏବଂ ସାଙ୍ଗସାଥୀଙ୍କ ସହ ବ୍ୟବହାରରେ ପରିବର୍ତ୍ତନ ଏବଂ ତାକୁ ନିୟନ୍ତ୍ରଣ କରିବା ଏବଂ ଉପଯୁକ୍ତ ସମୟରେ ଉପଯୁକ୍ତ ସେବା ସହଯୋଗ ନେବା ଜରୁରୀ । ଯଦି ପିଲାଟି ଛୋଟ ଛୋଟ କଥାରେ ରାଗୁଛି, ଭୟ କରୁଛି, ଚିନ୍ତାରେ ରହୁଛି ତେବେ ତା’ର କାରଣ ଖୋଜିବା, କଥାହେବା ଏବଂ ଅସୁବିଧା ବିଷୟରେ ବିନା ସଂକୋଚରେ ପ୍ରକାଶ ପାଇଁ ଉତ୍ସାହିତ କରିବାକୁ ମା’ ବାପାମାନେ ଧ୍ୟାନଦେବା ଆବଶ୍ୟକ। ମା’ବାପାଙ୍କ ଛଡ଼ା ଶିଶୁର ମାନସିକ ସ୍ବାସ୍ଥ୍ୟକୁ ବୁଝିବାରେ ବିଦ୍ୟାଳୟ ଶିକ୍ଷକଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ବିଦ୍ୟାଳୟରେ ଶିଶୁର ବ୍ୟବହାରରେ ପରିବର୍ତ୍ତନକୁ ଶିକ୍ଷକ ହିଁ ଶୀଘ୍ର ଚିହ୍ନିପାରନ୍ତି। ଏହି ପରିବର୍ତ୍ତନ ବିଷୟରେ ଶିଶୁର ସାଙ୍ଗସାଥୀଙ୍କ ସହ କଥା ହେବା, ମାତା ପିତାଙ୍କ ସହ କଥା ହେବା ଏବଂ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନେବାର ଦାୟିତ୍ୱ ଶିକ୍ଷକଙ୍କର ରହିଛି। ଅନେକ କ୍ଷେତ୍ରରେ ଶିଶୁର ମାନସିକ ଅସୁସ୍ଥତାକୁ ନିୟନ୍ତ୍ରଣ କରିବା ଏବଂ ଏହାକୁ ପରିଚାଳନା କରିବାକୁ ଶିଶୁକୁ ସହାୟତା କରିବା ପାଇଁ ମନସ୍ତାତ୍ତ୍ୱିକ ଚିକିତ୍ସା ଜରୁରୀ ହୋଇପଡ଼େ; ଯା’ ଫଳରେ ସେ ଘରେ, ବିଦ୍ୟାଳୟରେ ଏବଂ ସମାଜରେ ଭଲ କରିପାରିବ। ଏହି ମନସ୍ତାତ୍ତ୍ୱିକ ଚିକିତ୍ସା ସମୟରେ ମାତା ପିତାଙ୍କ ସହିତ ପରିବାରର ଅନ୍ୟ ସଦସ୍ୟ ଏବଂ ବିଦ୍ୟାଳୟର ଶିକ୍ଷକ ମାନଙ୍କୁ ସାମିଲ୍‌ କରିବା ଜରୁରୀ।
ଶିଶୁର ସକାରାତ୍ମକ ବ୍ୟବହାରରେ ଉନ୍ନତି ଏବଂ ନକାରାତ୍ମକ ବ୍ୟବହାରକୁ କିପରି କମ୍‌ କରାଯାଇ ପାରିବ ତାହା ପରିବାର, ବିଦ୍ୟାଳୟ ଏବଂ ଶିଶୁକୁ ଶିଖାଇ ଥାଏ। କଗ୍‌ନିଟିଭ୍‌ ବ୍ୟବହାର ଚିକିତ୍ସା ଶିଶୁର ଭାବନା ଏବଂ ଆବେଗକୁ ପରିବର୍ତ୍ତନ କରିଥାଏ; ଯାହା କି ଶିଶୁର ବ୍ୟବହାରରେ ନକାରାତ୍ମକ ପରିବର୍ତ୍ତନ ଆଣିଥାଏ। ମନୋଚିକିତ୍ସକ ଶିଶୁର ଭାବନା ଏବଂ ଅନୁଭବ ବିଷୟରେ ସଚେତନ ପାଇଁ ସାହାଯ୍ୟ କରିଥାଏ। ଯେଉଁ ଭାବନା ଏବଂ ଆବେଗ ଶିଶୁକୁ ଅସୁବିଧାରେ ପକାଇଥାଏ, ତାକୁ ଚିହ୍ନଟ କରି ପରିବର୍ତ୍ତନ କରିବାରେ ଶିଶୁକୁ ସାହାଯ୍ୟ କରିଥାଏ। ଅନେକ ସମୟରେ କଗ୍ନିଟିଭ୍‌ ଚିକିତ୍ସା ଏବଂ ବ୍ୟବହାର ଚିକିତ୍ସା ଶିଶୁର ଏ.ଡି.ଏଚ୍‌. ଡି., ବ୍ୟବହାର ଅସୁସ୍ଥତା, ଚିନ୍ତା, ଅବସାଦ ଇତ୍ୟାଦି ଅସୁବିଧାକୁ ଦୂର କରିବାରେ ସହାୟତା କରିଥାଏ। ଅନ୍ୟାନ୍ୟ ଚିକିତ୍ସା ଯେପରି କି ପରିବାରର ଅନ୍ୟାନ୍ୟ ସଦସ୍ୟମାନଙ୍କୁ ପରାମର୍ଶ ମାଧ୍ୟମରେ ପରସ୍ପର କଥୋପକଥନ ଦକ୍ଷତା ଏବଂ ଆଲୋଚନା ମାଧ୍ୟମରେ ଦ୍ୱନ୍ଦ୍ୱକୁ ଦୂର କରିବା, ଅବସାଦ କ୍ଷେତ୍ରରେ ଶିଶୁର ପାରସ୍ପରିକ ମନୋଚିକିତ୍ସା ସହାୟତା କରିଥାଏ। ଏହାସହିତ ବେଳେ ବେଳେ ଶିଶୁର ଅନ୍ୟାନ୍ୟ ସ୍ବାସ୍ଥ୍ୟାବସ୍ଥା ଯେପରି କି ନିଦ୍ରାହୀନତା, ଶ୍ୱାସ ନେବାରେ କଷ୍ଟ, ସ୍ବଳ୍ପ ଦୃଷ୍ଟି, ଶ୍ରବଣରେ ଅସୁବିଧା, ଶିଖିବାରେ ଅସୁବିଧା ମଧ୍ୟ ଆବେଗଜନିତ ଅସୁବିଧା ଦେଖାଦେଇଥାଏ। ତେଣୁ ଶିଶୁର ମାନସିକ ଅସୁବିଧାକୁ ସତର୍କତାର ସହ ଚିହ୍ନି ପଦକ୍ଷେପ ନେବା ଜରୁରୀ।
ଶଗଡ଼ା, ବୌଦ୍ଧ, ମୋ:୮୩୨୮୮୪୮୧୪୫


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଶାନ୍ତି ପାଇଁ ଆଶା

ପୃଥିବୀ ଶାନ୍ତିମୟ ସେତେବେଳେ ହେବ, ଯେତେବେଳେ ପୃଥିବୀରେ ରହୁଥିବା ସବୁ ଲୋକ ଶାନ୍ତିରେ ରହିବେ। କେତେବେଳେ ଜଣେ ଖୁସି ହେବେ? ଯେତେବେଳେ ଲୋକେ ଉତ୍ତେଜନା ମୁକ୍ତ...

ପରିଧାନ ଓ ବ୍ୟକ୍ତିତ୍ୱ

ବର୍ଣ୍ଣାଡ ଶଙ୍କ ସମ୍ମାନାର୍ଥେ ଏକ ବ୍ରିଟିଶ୍‌ କ୍ଲବରେ ଭୋଜିର ଆୟୋଜନ କରାଯାଇଥାଏ। ସେହି କ୍ଲବରେ ପ୍ରବେଶକାରୀଙ୍କ ପାଇଁ ସୁଟ୍‌ ଓ ଟାଇ ପିନ୍ଧିବା ଏକ ବାଧ୍ୟତାମୂଳକ...

ଉଚିତ ପଦକ୍ଷେପ

ଅଭିନେତ୍ରୀ ତଥା ମଡେଲ କାଦମ୍ବରୀ ଜେଟ୍‌ୱାନୀଙ୍କ ଅନୁଚିତ ଗିରଫଦାରିକୁ ନେଇ ଆନ୍ଧ୍ରପ୍ରଦେଶର ତିନିଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣା କ୍ଷମତାର ଅପବ୍ୟବହାର...

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri