ଆମେ ସମସ୍ତେ ଏହା ଭଲଭାବରେ ଜାଣୁ ଯେ ଗୃହପାଳିତ ପ୍ରାଣୀମାନେ ଚିନ୍ତାମୁକ୍ତ କରିବାରେ ସାହାଯ୍ୟ କରନ୍ତି। ମାତ୍ର ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ, କୁକୁରମାନେ ପିଲାମାନଙ୍କର ସାମାଜିକ ତଥା ମାନସିକ ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ଏହି ଗବେଷଣାରୁ ଜଣାପଡିଛି ଯେ, ଯେଉଁ ଘରେ ଗୃହପାଳିତ କୁକୁର ଥିବେ ଏବଂ ପିଲାମାନେ ସେମାନଙ୍କ ସହିତ ଖେଳନ୍ତି, ସେହି ପିଲାମାନଙ୍କର ସାମାଜିକ ଏବଂ ଭାବଗତ ଅସୁବିଧା ୨୩ ପ୍ରତିଶତ କମିଯାଏ।
ପଶ୍ଚିମ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟ ଏବଂ ଟେଲିଥନ କିଡ୍ସ ଇନ୍ଷ୍ଟିଚ୍ୟୁଟ୍ର ଏକ ଟିମ୍ ପ୍ରାୟ ୧୭୦୦ ପରିବାରର ୨ ରୁ ୫ ବର୍ଷ ପିଲାଙ୍କୁ ନେଇ ଏହି ଗବେଷଣା କରିଥିଲେ। ଗବେଷକ ଜାଣିବାକୁ ପାଇଲେ ଯେ ଯେଉଁ ପିଲାମାନେ ଗୃହପାଳିତ କୁକୁରମାନଙ୍କ ସହିତ ଖେଳନ୍ତି ସେମାନେ ଅସାମାଜିକ ଆଚରଣରେ ଲିପ୍ତ ରହିବା ଆଶଙ୍କାକୁ ୩୦ ପ୍ରତିଶତ କମ୍ ହୋଇଯାଏ, ଯେଉଁଠାରେ ଅନ୍ୟ ପିଲାମାନଙ୍କ କ୍ଷେତ୍ରରେ ଏହି ସମସ୍ୟା ୩୪ ପ୍ରତିଶତ ଦେଖାଯାଇଥାଏ।
ଅନୁସନ୍ଧାନରୁ ଏହା ଜଣାପଡିଛି ଯେ, କୁକୁରକୁ ଘରେ ରଖିବା ପିଲାମାନଙ୍କର ମାନସିକ ଏବଂ ସାମାଜିକ ବିକାଶ ଠିକ୍ ହୋଇଥାଏ।
ମାନସିକ ରୋଗର ପ୍ରତିରୋଧ
ଗୃହପାଳିତ କୁକୁର ସହିତ ଥିବା ପିଲାମାନେ ବଡ଼ ହେଲେ ମଧ୍ୟ ସିଜୋଫ୍ରେନିଆର ବିପଦ ସୃଷ୍ଟି ହୁଏ ନାହିଁ। ଘରେ ପିଲାମାନଙ୍କର ଗୃହପାଳିତ ପ୍ରାଣୀମାନଙ୍କ ସହିତ ଅତି ଘନିଷ୍ଠ ସମ୍ପର୍କ ରହିଥାଏ, ଯାହା ସେମାନଙ୍କର ମାନସିକ ବିକାଶରେ ସାହାଯ୍ୟ କରିଥାଏ।