ଦିଗପହଣ୍ଡିରେ ଶିଶୁଙ୍କ ନାମଲେଖା, ଶିଶୁ ବାଟିକା ସଚେତନତା କାର୍ଯ୍ୟକ୍ରମ

ଦିଗପହଣ୍ଡି,୨୬|୩(ଅଶେଷ ନାଥ ମିଶ୍ର): ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ବ୍ଳକ ଓ ଏନଏସି ଅଧିନ ବିଦ୍ୟାଳୟ ମାନଙ୍କରେ  ଶିଶୁଙ୍କ ନାମଲେଖା ତଥା ଶିଶୁ ବାଟିକା ସଚେତନତା କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏନେଇ ଶିଶୁଙ୍କ ଅଭିଭାବକ ଙ୍କୁ ସଚେତନତା ସ୍ୱରୂପ ରାଜ୍ୟ ସରକାରଙ୍କ ପ୍ରଦତ୍ତ ପ୍ରବେଶ ଉତ୍ସବ ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଇଥିଲା ।

ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ସହାୟତାରେ ଆୟୋଜିତ କାର୍ଯ୍ୟକ୍ରମରେ ଦିଗପହଣ୍ଡି ଏନଏସି ନଗରପାଳ ପ୍ରଫୁଲ  ପଣ୍ଡା , କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼. ଅଶୋକ କୁମାର କର୍ଣ୍ଣ , ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶ ସେଠୀ ଙ୍କ ସମେତ ସହଗୋଷ୍ଠୀ ଶିକ୍ଷାଧିକାରୀ ତଥା ଗୋଷ୍ଠୀ କେନ୍ଦ୍ର ସଂଯୋଜକ ବାଳା ମାଝୀ , ଅନ୍ୟତମ ସହଗୋଷ୍ଠୀ ଶିକ୍ଷାଧିକାରୀ ରସାନନ୍ଦ ଘଡେଇ , ବିଶ୍ରବା ପାଇକ ଙ୍କ ସମସ୍ତ ସିଆରସିସି , ପଞ୍ଚାୟତ ନିର୍ବାଚିତ ପ୍ରତିନିଧି , କାଉନସିଲର ଏବଂ  ଶିକ୍ଷୟିତ୍ରୀ ଶିକ୍ଷକ ଙ୍କ ସହାୟତାରେ ଏନ୍ଏସି ଓ ବ୍ଳକର ସମସ୍ତ ପଞ୍ଚାୟତରେ ସଚେତନତା କରାଯାଇଥିଲା । ଏଥିରେ ୫ ବର୍ଷରୁ ଉର୍ଦ୍ଧ୍ଵ ବୟସର ପିଲାଙ୍କୁ ଏକ ଉତ୍ତମ , ସଙ୍ଗଠିତ ଏବଂ ଅନୁଭୂତି ମୂଳକ ଶିକ୍ଷଣ ପରିବେଶ ମଧ୍ୟରେ ଶିକ୍ଷା ପ୍ରଦାନ କରାଯିବ ବୋଲି ବ୍ଲକ ଶିକ୍ଷାଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ସିଗାରେଟ୍‌ ବିକ୍ରି କରି ଫଶିଲେ, ଜଣଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର,୩୦।୩: ଗଞ୍ଜାମ ଜିଲା ବ୍ରହ୍ମପୁର ଷ୍ଟାଡିୟମ ନିକଟରେ ଗଞ୍ଜେଇ ସିଗାରେଟ ବିକ୍ରି କରୁଥିବା ଅଭିଯୋଗରେ ଟାଉନ ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ସାରେ ବାନ୍ଧିଛି। ଅଭିଯୁକ୍ତ...

ଆଧୁନିକ ସାହିତ୍ୟର ସର୍ବୋକୃଷ୍ଟ ଲୋକପ୍ରିୟ କଳା ହେଉଛି କଥା ସାହିତ୍ୟ

ବରଗଡ଼,୩୦ା୩(ପ୍ରେମାନନ୍ଦ ଖମାରୀ): ସମାଜ ଓ ମାନବ ଜୀବନର ଯଥାର୍ଥ ପ୍ରତିଲିପି ହେଉଛି କଥା ସାହିତ୍ୟ । ଏହା ଆଧୁନିକ ସାହିତ୍ୟର ଏକ ସର୍ବୋକୃଷ୍ଟ ଲୋକପ୍ରିୟ କଳା।...

କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି

ବରଗଡ଼, ୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରୀଛାତ୍ରଙ୍କ ପରୀକ୍ଷାଫଳ  ପ୍ରକାଶ ପାଇଛି। ସ୍କୁଲ ପରିଚାଳନା...

ଆଜି ମୁଖ୍ୟମନ୍ତ୍ରୀ ଯିବେ କଳାହାଣ୍ଡି

ଭବାନୀପାଟଣା,୩୦।୩(ଉତ୍ତମ କୁମାର ଦାଶ):  କଳାହାଣ୍ଡି ଜିଲାକୁ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି। ପୂର୍ବାହ୍ନ ୧୦ଟା ୩୦ରେ ସେ ଜିଲାର ଭବାନୀପାଟଣାସ୍ଥିତ...

କୋକସରା: ମନୋଜ ସଭାପତି, ଲଳିତ ସମ୍ପାଦକ

କୋକସରା,୩୦।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଓକିଲ ସଂଘ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବେ ମନୋଜ କୁମାର ନାଏକ, ଉପସଭାପତି...

ଡିଜିପି ଡିସ୍କରେ ସମ୍ମାନିତ ହେବେ ନୂଆପଡ଼ା ଏସ୍‌ପି

ନୂଆପଡ଼ା,୩୦।୩:(ମକାରୁ ବେମାଲ): ପୋଲିସ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୂଆପଡା ଜିଲା ଆରକ୍ଷୀ ଅଧୀକ୍ଷକ ଜି ଆର୍‌ ରାଘବେନ୍ଦ୍ର ରାଜ୍ୟ ସରକାରଙ୍କ ତରଫରୁ ୨୦୨୪-୨୫...

କଳାହାଣ୍ଡି ଓକିଲ ସଂଘ ନିର୍ବାଚନ ସୁଧାଂଶୁ ପୁଣି ସଭାପତି ନିର୍ବାଚିତ

ଭବାନୀପାଟଣା,୩୦।୩:(ଉତ୍ତମ କୁମାର ଦାଶ): କଳାହାଣ୍ଡି ଓକିଲ ସଂଘ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୁଧାଂଶୁ କୁମାର ନନ୍ଦ ଦ୍ୱିତୀୟ ଥର ପାଇଁ ସଭାପତି ଭାବେ...

ଗୁଣପୁର ସିଆରପିଏଫ ପକ୍ଷରୁ ଜନସଂପର୍କ ଶିବିର ଅନୁଷ୍ଠିତ: ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସିଲେଇ ଉପକରଣ, ପେପର ପ୍ଲେଟ ମେସିନ

ଥୁଆମୂଳ ରାମପୁର,୨୯।୩(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲାରେ ନକ୍ସଲ ବିରୋଧୀ ଅଭିଯାନ ପାଇଁ ନିୟୋଜିତ ୧୨ ବାଟାଲିୟନ, କେନ୍ଦ୍ରୀୟ ରିଜର୍ପ ଫୋର୍ସ (ସିଆରପିଏଫ) ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image