ବ୍ରହ୍ମପୁର ଅଫିସ,୨୩ା୨: ଗଞ୍ଜାମ ଛତ୍ରପୁର ପିଲି ବନ୍ଧ କଡ଼ରେ ଥିବା ଖେଳ ପଡିଆ ନିକଟରୁ ଏକ ନବଜାତ ଶିଶୁ ବୁଧବାର ଅପରାହ୍ନରେ ଉଦ୍ଧାର ହୋଇଥିଲା। ପ୍ରଥମେ ଛତ୍ରପୁର ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଏମ୍କେସିଜି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ସକାଳେ ଶିଶୁଟିର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।