ବନ୍ତ,୧୬।୧୧(ଡି.ଏନ.ଏ.): ଅନ୍ଲାଇନରେ ଶିଶୁଙ୍କୁ ଯୌନ ଶୋଷଣ ଅଭିଯୋଗର ତଦନ୍ତ ପାଇଁ ଭଦ୍ରକ ଜିଲା ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ବିନାୟକପୁର ଗ୍ରାମରେ ମଙ୍ଗଳବାର ସିବିଆଇର ୫ଜଣିଆ ଟିମ୍ ଚଢ଼ାଉ କରିଛି। ସିବିଆଇ ଇନ୍ସପେକ୍ଟର ପି.କେ.ମିଶ୍ରଙ୍କ ସମେତ ୫ ଅଧିକାରୀ ଏହି ଚଢ଼ାଉରେ ସାମିଲ ଥିଲେ। ଅଧିକାରୀମାନେ ଏତଲାରେ ଥିବା ଅଭିଯୁକ୍ତଙ୍କ ଘର ଖାନତଲାସ ସମେତ ମୋବାଇଲ, କମ୍ପ୍ୟୁଟର ଆଦି ଯାଞ୍ଚ କରିଥିଲେ। ଦୀର୍ଘ ସମୟ ଧରି ଅଭଯୁକ୍ତଙ୍କୁ ଜେରା କରିଥିବା ସୂଚନା ମିଳିଛି। ଅଭିଯୁକ୍ତ ପେସାରେ ଜଣେ ଅଟୋ ଡ୍ରାଇଭର ବୋଲି ଜଣାଯାଇଛି ା ପ୍ରକାଶ ଥାଉକି, ଓଡ଼ିଶା ସମେତ ଦେଶର ୧୪ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୭୬ ସ୍ଥାନରେ ସିବିଆଇ ପକ୍ଷରୁ ଏହି ଚଢ଼ାଉ ହୋଇଛି। ନଭେମ୍ବର ୧୪ରେ ସିବିଆଇ ପକ୍ଷରୁ ପୃଥକ ପୃଥକ ଭାବେ ୮୩ ଜଣଙ୍କ ନାମରେ ୨୩ ମାମଲା ରୁଜୁୁ ହୋଇଥିଲା ା