Categories: ଜାତୀୟ

ବିହାରରେ ସକ୍ରିୟ ପିଲା ଚାଲାଣ ର଼୍ୟାକେଟ୍‌

ପାଟନା,୧୫।୬: ଦେଶରେ ଗୋଲାପୀ ସହର ଭାବେ ପରିଚିତ ଜୟପୁରରେ ଏକ ଅଭାବନୀୟ ଘଯଣା ଘଟିଛି। ବାହାର ରାଜ୍ୟରୁ ପିଲାଙ୍କୁ କିଣି ଜୟପୁରସ୍ଥିତ ଭଟ୍ଟା ବସ୍ତିରେ କାମ କରାଯାଉଛି। ସୂଚନାମୁତାବକ, ଏଠାରେ ୨୨ଜଣ ପିଲାଙ୍କୁ ଜବରଦସ୍ତି ଗହଣା ତିଆରି କରିବା କାମରେ ଲଗାଯାଉଛି। ତେବେ ପୋଲିସ ପିଲାଙ୍କୁ ରେସ୍‌କ୍ୟୁ କରିଛି।

ସୂଚନାଯୋଗ୍ୟ, ପିଲାଙ୍କୁ ଜବରଦସ୍ତି ଏଠାକୁ ଅଣାଯାଇଛି। ରେସ୍କ୍ୟୁବେଳେ ଜଣାପଡିଛି ସମସ୍ତ ପିଲା ବିହାର ରାଜ୍ୟର। ଏମାନଙ୍କୁ ଏଠାରେ ୧୮ଘଣ୍ଟା କାମ କରାଯାଏ। ଏବଂ ଖାଇବାକୁ କେବଳ ଖେଚେଡି ଦିଆଯାଇଥାଏ।

ପଚରାଉଚରା ସମୟରେ ପୋଲିସ ଜାଣିବାକୁ ପାଇଛି କି, ପିଲାଙ୍କୁ ଚାଲାଣ କରୁଥିବା ମୁଖ୍ୟ ଅଭିଯୁକ୍ତ ଶାହନବାଜ ଓରଫ ଗୁଡ୍ଡୁ ପିଲାଙ୍କ ଅଭିଭାବକଙ୍କୁ ୫୦୦ଟଙ୍କା ଲେଖାଏଁ ଦେଇ ପିଲାଙ୍କୁ କିଣି ଆଣିଛନ୍ତି। ଗୁଡ୍ଡୁ ଏବଂ ତାଙ୍କ ପତ୍ନୀ ଏହି ଅପରାଧରେ ସାମିଲ୍‌ ଅଛନ୍ତି। ପୋଲିସ୍‌ ରେଡ୍‌ ପଡିବା ମାତ୍ରେ ସ୍ବାମୀ ସ୍ତ୍ରୀ ଦୁହେଁ ଫେରାର୍‌ ହୋଇଯାଇଛନ୍ତି।

Share