ସ୍କୁଲ୍‌ ଡ୍ରେସ୍‌ରେ ଥିବା ଏହି କୁନି ଝିଅ ଏବେ ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ସେଲିବି୍ରିଟିମାନେ ବେଳେବେଳେ ସେମାନଙ୍କର ପିଲାଦିନର ଫଟୋ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି। ଯାହାକୁ ଚିହ୍ନିବାରେ ପ୍ରଶଂସକମାନେ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି। ଏବେ ସେମିତି ଜଣେ ଅଭିନେତ୍ରୀଙ୍କ ପିଲାଦିନର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଫଟୋରେ ସ୍କୁଲ୍‌ ଡ୍ରେସ୍‌ ପିନ୍ଧି ଠିଆ ହୋଇଥିବା କୁନି ଝିଅଟି ଆଜି ବଲିଉଡ୍‌ର ଜଣେ ଲୋକପ୍ରିୟ ଅଭିନେତ୍ରୀ। ସେ ଏକାଧିକ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ତାଙ୍କ ଅଭିନୟ ପ୍ରତିଭା ସହିତ, ସୌନ୍ଦର୍ଯ୍ୟରେ ପ୍ରଶଂସକଙ୍କୁ ଆକର୍ଷିତ କରନ୍ତି। ସୋସିଆଲ ମିଡିଆରେ ତାଙ୍କର ବହୁ ଫଲୋଅର୍ସ ବି ଅଛନ୍ତି।

ଦୁଇ ବର୍ଷ ତଳେ ସେ ଟିଭିରେ କାମ କରୁଥିଲେ। ଏହା ପରେ ୨୦୦୯ରେ କନ୍ନଡ ଫିଲ୍ମ ‘ଉଲାସା ଉତ୍‌ସାହା’ରେ ଡେବ୍ୟୁ କରିଥିଲେ। ତଥାପି ଚିହ୍ନିବାରେ ଦ୍ୱନ୍ଦ୍ୱରେ ପଡୁଛନ୍ତି କି? ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହନ୍ତି, ସେ ହେଉଛନ୍ତି ୟାମି ଗୌତମ। ୟାମି ବଲିଉଡ୍‌ ଫିଲ୍ମ ‘ବିକି ଡୋନର’ରେ ପ୍ରଥମେ କାମ କରିବାର ସୁଯୋଗ ପାଇଥିଲେ। ଏହା ପରେ ସେ ଆଉ କିଛି ଫିଲ୍ମରେ ଅଭିନୟ କରି ବେଶ୍‌ ଲୋକପ୍ରିୟତା ହାସଲ କରିଛନ୍ତି।

Share