ଚିହ୍ନିଲେ ଅଭିନେତ୍ରୀ ଜଣଙ୍କ କିଏ…

ମୁମ୍ବାଇ: ବଲିଉଡ୍‌ରେ ଅଭିନେତ୍ରୀମାନେ ଅନେକ ସମୟରେ ନିଜର ପିଲାଦିନର ଫଟୋ ସୋସିଆଲ ମିଡିଆରେ ଶେୟାର କରି ଚର୍ଚ୍ଚାକୁ ଆସିଥାନ୍ତି। ଅନିଲ କପୁରଙ୍କ ଅଲିଅଳି କନ୍ୟା ତଥା ଅଭିନେତ୍ରୀ ସୋନମ କପୁର ସେଭଳି କିଛି କରିଛନ୍ତି। ନିଜର ପିଲାଦିନର ଏକ ଫଟୋକୁ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି ସେ। ଏହି ଫଟୋରେ ସୋନମ ଏକ ପାଉଁଶିଆ ନୀଳ ରଙ୍ଗର ଡ୍ରେସ ପିନ୍ଧିଛନ୍ତି। ଫଟୋ ଉଠାଇବା ପାଇଁ ସେ କ୍ୟାମେରାକୁ ପୋଜ୍‌ ଦେଇ ଛିଡ଼ା ହୋଇଥବା ଦେଖିବାକୁ ମିଳିଛି। ଏହି ଫଟୋରେ ସେ ଛୋଟବେଳେ ବହୁତ ସୁନ୍ଦର ଲାଗୁଥିବା କ୍ୟାପ୍‌ସନରେ ଲେଖିଛନ୍ତି। ତାଙ୍କର ଏହି ପୋଷ୍ଟରେ ପ୍ରଶଂସକମାନେ ଲଭ୍‌ ରିଆକ୍ସନ ଦେଇଛନ୍ତି। ସୋନମଙ୍କର ଏହି ଫଟୋ ପୋଷ୍ଟର କମେଣ୍ଟରେ ମା’ ସୁନିତା କପୁର ଲେଖିଛନ୍ତି ବଢ଼ିଥିବା ସୋନମ୍‌ ମଧ୍ୟ ସୁନ୍ଦର। ସୁନିତା ଜଣେ ଜ୍ୱେଲରୀ ଡିଜାଇନର ଅଟନ୍ତି।

Share