ବାଲେଶ୍ୱର ଅଫିସ, ୩୧।୮- ବାଲେଶ୍ୱର ଜିଲା ଚାନ୍ଦିପୁର ବେଳାଭୂମିର ୯-ମାଇଲ୍ଠାରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟା ବେଳେ ଏକ ଡଲଫିନ୍ କୂଳକୁ ଚାଲି ଆସିଥିଲା। କୂଳରେ ଡଲଫିନ୍କୁ ଦେଖି ସ୍ଥାନୀୟ ଅଞ୍ଚଳର ପିଲାମାନେ ଭିଡ ଜମାଇଥିଲେ। ସେମାନେ ଫଟୋ ଉଠାଇବା ପରେ ଡଲଫିନ୍କୁ ଅକ୍ଷତ ଭାବେ ଠେଲି ଠେଲି ନେଇ ସମୁଦ୍ର ଭିତରେ ଛାଡ଼ି ତା’ର ଜୀବନ ବଞ୍ଚାଇ ଥିଲେ। ଏ ସମ୍ପର୍କରେ ଚାନ୍ଦିପୁର ସାମୁଦ୍ରିକ ଥାନା ପୋଲିସ ଖବରପାଇ ପହଞ୍ଚତ୍ବା ପୂର୍ବରୁ ପିଲାମାନେ ଡଲଫିନ୍କୁ ସମୁଦ୍ର ଭିତରେ ଛାଡ଼ି ଦେଇଥିବା ପ୍ରକାଶ କରିଥିଲେ।