ଭୁବନେଶ୍ୱର,୬।୨(ବ୍ୟୁରୋ): କରୋନାକୁ ନେଇ ସର୍ଭେଲାନ୍ସ ଜାରି ରହିବ। ଗାଁ ଗୁଡ଼ିକରେ ଆଶା କର୍ମୀ ଅଛନ୍ତି। ଆରଆରଟି ଟିମ୍ ମଧ୍ୟ ରହିଛି। କିଛି ଅସୁବିଧା ହେଲେ ନିୟମ ଅନୁସାରେ କାର୍ଯ୍ୟ କରାଯିବ। ଛୋଟ ପିଲାଙ୍କୁ ନିୟନ୍ତ୍ରଣ କରିବା କଷ୍ଟ, ତେଣୁ ଅଭିଭାବକ ମାନଙ୍କର ଦାୟିତ୍ୱ ରହିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, ଯଦି ପିଲାଙ୍କ କିଛି ଲକ୍ଷଣ ପ୍ରକାଶ ପାଉଛି । ତେବେ ସେହି ପିଲାଙ୍କୁ ସ୍କୁଲ ଛାଡ଼ନ୍ତୁ ନାହିଁ। ଶିକ୍ଷକ ମାନେ ଶାରୀରିକ ଦୂରତା ସହ ସଫା ସୁତୁରା ରଖି ଭେଣ୍ଟିଲେସନ ରୁମରେ କାର୍ଯ୍ୟ କରିବାକୁ ପରାମର୍ଶ ରହିଛି । କିଛି ଲକ୍ଷଣ ଦେଖାଗଲେ ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରାଇବାକୁ କୁହାଯାଇଛି ।