ପିଲାଙ୍କୁ ଦିଆଯାଉଛି କୁକୁଡ଼ା ରକ୍ତର ଇଞ୍ଜେକ୍ସନ, କାରଣ ଜାଣିଲେ…

ବେଜିଂ,୧୧ା୧୧: ଚାଇନାର ଲୋକମାନେ ସେମାନଙ୍କର ଅଜବ ଖାଦ୍ୟ ଏବଂ ପାନୀୟ ପାଇଁ ସାରା ବିଶ୍ୱରେ ଜଣାଶୁଣା। କୁହାଯାଏ, ଚାଇନିଜ୍‌ମାନେ ଯେକୌଣସି ଖାଦ୍ୟ ଖାଇପାରନ୍ତି। ବର୍ତ୍ତମାନ ଚାଇନାରେ ଏକ ମାମଲା ସାମ୍ନାକୁ ଆସିଛି, ଯାହା ସାରା ବିଶ୍ୱରେ ଆଲୋଚନା ହେଉଛି। ଏଠାରେ ଲୋକମାନେ ପିଲାଙ୍କୁ କୁକୁଡ଼ା ରକ୍ତ ଇଞ୍ଜେକ୍ସନ ଦେଉଛନ୍ତି। ଜାଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଜାଣନ୍ତୁ ଏହା ପଛରେ ଥିବା କାରଣ…

ଚାଇନାର ଲୋକମାନେ ସେମାନଙ୍କର ପିଲାମାନଙ୍କୁ କୁକୁଡ଼ା ରକ୍ତ ଇଞ୍ଜେକ୍ସନ ଦେବା ଦ୍ୱାରା ଶିଶୁଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଦୂର ହୋଇପାରିବ ବୋଲି ସେମାନ୍କjରଚାଇନିଜ୍‌ମାନେ ପିଲାଙ୍କୁ ସୁପର ଶକ୍ତିଶାଳୀ କରିବା ନାମରେ ଏପରି ଅଦ୍ଭୁତ କାର୍ଯ୍ୟ କରୁଛନ୍ତି। ଏହା ଦୀର୍ଘଦିନ ଧରି ଚାଇନାରେ ଚାଲିଆସୁଛି।

ଏକ ରିପୋର୍ଟରେ କୁହାଯାଇଛି, ଚାଇନାର ଅଭିଭାବକମାନେ ନିଜ ପିଲାମାନଙ୍କୁ ବୁଦ୍ଧିମାନ କରିବା ପାଇଁ କୁକୁଡ଼ା ରକ୍ତ ଇଞ୍ଜେକ୍ସନ ଦେଉଛନ୍ତି। ଏହି ଇଞ୍ଜେକ୍ସନ ନେବା ପରେ କର୍କଟ ଏବଂ କେଶ ସମସ୍ୟା ଦୂର ହୋଇପାରିବ ବୋଲି ସେମାନଙ୍କର ଧାରଣା।

କୁକୁଡ଼ା ରକ୍ତରେ ଷ୍ଟେରଏଡ୍‌ ମିଳିଥାଏ, ଯାହା ପିଲାମାନଙ୍କୁ ଅଧ୍ୟୟନ ଏବଂ କ୍ରୀଡ଼ାରେ ସହାୟତା ଯୋଗାଇଥାଏ। ଚାଇନାରେ ପିଲାମାନଙ୍କୁ କୁକୁଡ଼ା ରକ୍ତ ଇଞ୍ଜେକ୍ସନ ଦିଆଯିବା ପାଇଁ ଏକ ପ୍ରତିଯୋଗିତା ବି ଅଛି। ଏହାଦ୍ୱାରା ପିଲାମାନେ ସୁପର ପାଓ୍ବାରଫୁଲ ହୋଇପାଇବେ।

ରିପୋର୍ଟ ଅନୁଯାୟୀ, ଚାଇନାର ପିଲାମାନଙ୍କର ଦୃଷ୍ଟିଶକ୍ତି ଦୁର୍ବଳ। ମାଧ୍ୟମିକ ବିଦ୍ୟାଳୟର ପ୍ରାୟ ୭୧ ପ୍ରତିଶତ ପିଲାଙ୍କ ଦୃଷ୍ଟିଶକ୍ତି ଖରାପ ଥିବା ବେଳେ ଉଚ୍ଚ ବିଦ୍ୟାଳୟରେ ପ୍ରାୟ ୮୧ ପ୍ରତିଶତ ପିଲାଙ୍କର ଦୃଷ୍ଟିଶକ୍ତି ଖରାପ। ଏଥିପାଇଁ ବି ପିଲାଙ୍କୁ କୁକୁଡ଼ା ରକ୍ତର ଇଞ୍ଜେକ୍ସନ ଦେଉଛନ୍ତି।

Share