ବେଙ୍ଗାଲୁରୁ,୩।୧୨: କର୍ନାଟକରେ ପ୍ରଥମ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହେବା ପରେ ରାଜ୍ୟ ସରକାର ସଂକ୍ରମଣ ରୋକିବା ଲାଗି ନୂଆ ଗାଇଡ୍ଲାଇନ ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ବୈଠକରେ କୋଭିଡ୍ କଟକଣାକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନିଆଯାଇଛି। ଉଭୟ ଡୋଜ୍ କୋଭିଡ୍ ଟିକା ନେଇ ନ ଥିଲେ ମଲ୍ ଏବଂ ସିନେମା ହଲ୍ରେ ପ୍ରବେଶ ଅନୁମତି ମିଳିବ ନାହିଁ। ଏପରି କି ମା’ବାପା ଟିକାର ସମ୍ପୂର୍ଣ୍ଣ ଡୋଜ୍ ନେଇ ନ ଥିଲେ, ପିଲାଙ୍କୁ ସ୍କୁଲ୍ ମନା କରାଯାଇଛି। ସେହିପରି ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆସନ୍ତା ବର୍ଷ ଜାନୁୟାରୀ ୧୫ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ କୁହାଯାଇଛି। ଏହା ବ୍ୟତୀତ ରାଜ୍ୟ ବିମାନବନ୍ଦରଗୁଡ଼ିକରେ ପହଞ୍ଚୁଥିବା ସମସ୍ତଙ୍କ କୋଭିଡ୍ ପରୀକ୍ଷା କରାଯିବ। ରିପୋର୍ଟ ଆସିବା ପରେ ସେମାନଙ୍କୁ ଛଡ଼ାଯିବ ବୋଲି ରାଜସ୍ବ ସଚିବ ଆର୍. ଅଶୋକ କହିଛନ୍ତି।