୨ ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ ଦିଆଯିବ କୋଭାକ୍ସିନ୍‌ ଟିକା…

ନୂଆଦିଲ୍ଲୀ,୧୨।୧୦: କରୋନା ମହାମାରୀ ବିରୋଧରେ ଜାରି ରହିଥିବା ଲଢ଼େଇ ନେଇ ଦିଲ୍ଲୀରୁ ଖୁସି ଖବର ଆସିଛି। ଦେଶରେ ଏବେ ୨ ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ କୋଭାକ୍ସିନ୍‌ ଟିକା ଦିଆଯିବ। ଏନେଇ ସେଣ୍ଟାଲ ଡ୍ରଗ୍ସ୍‌ ଷ୍ଟାଣ୍ଡାର୍ଡ କଣ୍ଠ୍ରୋଲ ଅର୍ଗାନାଇଜେଶନ(ସିଡିଏସ୍‌ସିଓ) ବିଶେଷଜ୍ଞ କମିଟି ପକ୍ଷରୁ ଡ୍ରଗ୍ସ୍‌ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିଜିସିଆଇ)ଙ୍କ ନିକଟରେ ସୁପାରିଶ କରାଯାଇଛି। ଫଳରେ ପିଲାଙ୍କୁ କରୋନା ଟିକା ଦେବା ପ୍ରାୟ ନିଶ୍ଚିତ ହୋଇଛି।

କୋଭାକ୍ସିନ୍‌ର ଟ୍ରାଏଲ୍‌ ରିପୋର୍ଟରୁ ଜଣା ପଡ଼ିଛି ଯେ, ଏହା ପିଲାଙ୍କ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ ସକ୍ଷମ। ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ନାହିଁ ବୋଲି ସିଡିଏସ୍‌ସିଓ ସୁପାରିଶ୍‌ରେ କୁହାଯାଇଛି।

ହାଇଦ୍ରାବାଦ୍‌ର ଭାରତ ବାୟୋଟେକ୍‌ ଏବଂ ଭାରତୀୟ ମେଡିକାଲ ରିସର୍ଚ୍ଚ ପରିଷଦ (ଆଇସିଏମ୍‌ଆର୍‌)ର ମିଳିତ ସହଯୋଗରେ ଏହାକୁ ପ୍ରସ୍ତୁତ କରାଯାଇଛି। ଏହି ଟିକାର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍‌ ଶେଷ ହେବାପରେ ରିପୋର୍ଟ ଡିଜିସିଆଇ ନିକଟରେ ଦାଖଲ କରାଯାଇଥିଲା। ଏବେ ବିଶେଷଜ୍ଞ କମିଟି ଏହାକୁ ମଞ୍ଜୁରୀ ଦେଇଛନ୍ତି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଛୋଟ ପିଲାଙ୍କୁ କୋଭାକ୍ସିନ୍‌ ଟିକା ଦେବା ନେଇ ଖୁବ୍‌ ଶୀଘ୍ର ଗାଇଡ୍‌ଲାଇନ୍‌ ଜାରି କରାଯିବା। ଏହା ପରେ ଛୋଟ ପିଲାଙ୍କୁ ଟିକା ଦେବା ଆରମ୍ଭ ହେବ।

 

Share