Categories: ଜାତୀୟ

୬ରୁ ୧୨ ବର୍ଷ ପିଲାଙ୍କୁ ମିଳିବ କୋଭିଡ଼ ଟିକା

ନୂଆଦିଲ୍ଲୀ,୨୬।୪: ଦେଶରେ ଏବେ ଦୈନିକ ସଂକ୍ରମଣ ବଢିବାରେ ଲାଗିଛି। ଏଭଳି ସ୍ଥିତିରେ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ୬ରୁ ୧୨ ବର୍ଷ ପିଲାଙ୍କୁ କୋଭିଡ଼ ଟିକା ମିଳିବ। ତେବେ ପିଲାଙ୍କୁ ଭାରତ ବାୟୋଟିକ୍‌ ଦ୍ୱାରା ପ୍ରସ୍ତୁତ ‘କୋଭାକ୍ସିନ’ ଟିକା ଦେବାକୁ ଡିସିଜିଆଇ ପକ୍ଷରୁ ଅନୁମତି ମିଳିଛି।
୨୦୨୧ଜାନୁଆରୀ ୧୬ରେ ଭାରତର ଟିକାକରଣ ଡ୍ରାଇଭ ଆରମ୍ଭ ହୋଇଥିଲା। ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟସେବା କର୍ମଚାରୀ ଏବଂ ଆଗଧାଡିର କର୍ମଚାରୀଙ୍କ ଟିକାକରଣ ଆରମ୍ଭ ହୋଇଥିଲା । ସେହିପରି ୨୦୨୧ ଡିସେମ୍ବରରେ ୧୨ ବର୍ଷରୁ ଅଧିକ ପିଲାମାନଙ୍କ ପାଇଁ କୋଭାକ୍ସିନ ଟିକାକୁ ଅନୁମତି ମିଳିଥିଲା।

Share