ବିଭିନ୍ନ ସମସ୍ୟାର ସମାଧାନ ନେଇ ରାସ୍ତାକୁ ଓହ୍ଲାଇଲେ କୁନିକୁନି ପିଲା

କେନ୍ଦୁଝର,୧୪ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବ୍ରାହ୍ମଣୀ ଗାଁ ପ୍ରାଥମିକ ବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଫିସକୁ ଆସି ଛାତ୍ରୀଛାତ୍ର ଅଭିଯୋଗପତ୍ର ଦେଇ ସେମାନଙ୍କ ସମସ୍ୟା ଜଣାଇଛନ୍ତି। ଏହି ବିଦ୍ୟାଳୟଟି ୧୯୫୪ ମସିହାରେ ସ୍ଥାନୀୟ ଲୋକ ତଥା ସରକାରଙ୍କ ମିଳିତ ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲେ ହେଁ ଏହି ସ୍କୁଲ ପରିସରକୁ ସ୍ଥାନୀୟ ଜଣେ ବ୍ୟକ୍ତି ଜାଲ ପ୍ରମାଣପତ୍ର ପ୍ରସ୍ତୁତ କରି ଅକ୍ତିଆର କରି ନେଇଥିବା ଅଭିଯୋଗ କରିଛନ୍ତି। ସେହିପରି ନିକଟରେ ବେସରକାରୀ ହଷ୍ଟେଲ, ନର୍ସିଂ ହୋମ୍‌ ଆଦି ଖୋଲି ଥିବାରୁ ସେସବୁ ମଇଳା ଆବର୍ଜନା ଯୋଗୁ ବିଦ୍ୟାଳୟ ପରିବେଶ ପ୍ରଦୂଷିତ ହେଉଛି। ସେହିପରି ସ୍କୁଲ୍‌ର ଗେଟ୍‌ ଭାଙ୍ଗି ଦିଆଯାଇଥିବାରୁ ଛାତ୍ରୀଛାତ୍ର ରକ୍ଷିତ ମାନେ କରି ବାଧ୍ୟ ହୋଇ ଆଜି ଅଭିଯୋଗ କରିବାକୁ ଆସିଥିବା କହିଛନ୍ତି। ସ୍ଥାନୀୟ କାଉନସିଲର ହେମନ୍ତ କୁମାର ପତି ଓ ଅନ୍ୟମାନେ ଲିଖିତ ଭାବେ ଅଭିଯୋଗ ପତ୍ରରେ ଦସ୍ତଖତ କରି ଦାବି ଜଣାଇଛନ୍ତି।