‘ପିଲାଙ୍କୁ ସହଜରେ କରୋନା ହୁଏନି’

ଭୁବନେଶ୍ୱର,୧୯।୧(ବ୍ୟୁରୋ): ପିଲାଙ୍କୁ ସହଜରେ କରୋନା ହୁଏନି। ତେଣୁ ଏହାକୁ ନେଇ ଭୟଭୀତ ହୁଅନ୍ତୁନି । ଏଭଳି କହିଛନ୍ତି କଟକ ଶିଶୁଭବନର ବିଶେଷଜ୍ଞ ଡାକ୍ତର ସୁନୀଲ ଅଗ୍ରଓ୍ବାଲ। ସେ ଆହୁରି କହିଛନ୍ତି, ଏବେ ଦୈନିକ ଯେତିକି ପିଲା ସଂକ୍ରମିତ ହେଉଛନ୍ତି, ସେଥିରୁ ୯୫% ପିଲା ପାଖରେ ଲକ୍ଷଣ ପ୍ରକାଶ ପାଉନାହିଁ। ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ୧% ପିଲାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି ହେବାକୁ ପଡୁଛି। ପିଲାଙ୍କ ମଧ୍ୟରେ ୧୨ରୁ ୧୮ ବର୍ଷ ବର୍ଗଙ୍କୁ ସଂକ୍ରମଣ ହେବା ସମ୍ଭାବନା ଅଧିକ ରହିଥାଏ । ପିଲାଙ୍କଠାରେ ଥଣ୍ଡା, କାଶ, ଦେହରେ ଲାଲ୍‌ ଚିହ୍ନ ବା ପତଳା ଝାଡା ହେବା ଲକ୍ଷଣ ଦେଖାଯାଉଛି। କିନ୍ତୁ ସବୁ ଛିଙ୍କ, କାଶ କରୋନା ନୁହେଁ । ପିଲାଙ୍କୁ ଜ୍ୱର ହେଲେ ପ୍ରଥମ ୨ ଦିନ ପାରାସିଟାମଲ ଦେବାକୁ ସେ ପରାମର୍ଶ ଦେଇଛନ୍ତି। ୫ ବର୍ଷ ପିଲାଙ୍କୁ ମାସ୍କ ପିନ୍ଧାଇବା ଦରକାର ନାହିଁ। ପିଲାମାନଙ୍କ ଇମ୍ୟୁନିଟି ଅଧିକ ଥାଏ, ସେମାନଙ୍କୁ ସଂକ୍ରମଣ ହେବା ଆଶଙ୍କା କମ୍‌ ରହିଛି। କୋଭିଡ୍‌ ପଜିଟିଭ୍‌ ମା’ ମଧ୍ୟ ପିଲାଙ୍କୁ ସ୍ତନ୍ୟପାନ କରାଇପାରିବେ ବୋଲି ଡାକ୍ତର ଅଗ୍ରଓ୍ବାଲ ପରାମର୍ଶ ଦେଇଛନ୍ତି।

Share