ପୁଷ୍ଟିହୀନତା ରୋଗରେ ମରୁଛନ୍ତି ପିଲା

ବ୍ରାସିଲିଆ,୨୩ା୧: ବ୍ରାଜିଲରେ ପୁଷ୍ଟିହୀନତା ଏବଂ ଅନ୍ୟାନ୍ୟ ରୋଗ ହେତୁ ପିଲାମାନେ ପ୍ରତିଦିନ ମରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦେଶର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୟାନୋମାମି ଅଞ୍ଚଳରେ ମେଡିକାଲ ଜରୁରିକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ବେଆଇନ ସୁନା ଖନନ ହେତୁ ପିଲାମାନଙ୍କ ମଧ୍ୟରେ ଏଭଳି ରୋଗ ବ୍ୟାପିଥିବା କୁହାଯାଉଛି।

ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲଭା କହିଛନ୍ତି, ୟାନୋମାମି ଲୋକଙ୍କ ପାଇଁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇବା ଏହି ଘୋଷଣାର ଉଦ୍ଦେଶ୍ୟ। ବିଗତ ୪ ବର୍ଷ ମଧ୍ୟରେ ୫୭୦ ୟାନୋମାମି ପିଲା ପୁଷ୍ଟିହୀନତା, ମ୍ୟାଲେରିଆ ଏବଂ ଡାଇରିଆ ଭଳି ରୋଗରେ ଜୀବନ ହରାଇଛନ୍ତି।

Share