![](https://www.dharitri.com/wp-content/uploads/2024/12/AS-4.jpg)
ବରଗଡ଼,୧୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ବ୍ଲକ ଅନ୍ତର୍ଗତ ଅଡ଼ଗାଁ ଗ୍ରାମର ଜଣେ ଶିଶୁ ଆହ୍ବାନ ମହାକୁର(୨ବର୍ଷ) ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଛନ୍ତି। ସେ ଏକବର୍ଷ ୧୦ମାସ ବୟସରେ ଭାରତର ସ୍ବାଧୀନତା ସଂଗ୍ରାମୀ, ରାମାୟଣ, ମହାଭାରତ, ଦେଶର ଜାତୀୟ ଫଳ, ଜାତୀୟ ଫୁଲ, ଜାତୀୟ ପଶୁ, ଜାତୀୟ ପକ୍ଷୀ, ଜାତିର ପିତାଙ୍କ ସମେତ ଅନେକ ମହାପୁରୁଷଙ୍କ ଉପରେ ଆଧାରିତ ପ୍ରଶ୍ନର ଠିକ୍ ଉତ୍ତର ଦେଇ ଏହି କୃତିତ୍ୱ ଅର୍ଜନ କରିଛନ୍ତି। ଅଡ଼ଗାଁ ଗ୍ରାମର ଶାନ୍ତିଲତା ଏବଂ ନିଶିକାନ୍ତଙ୍କ ପୁଅ ଆହ୍ବାନଙ୍କ ଏଭଳି କୃତିତ୍ୱକୁ ନେଇ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି।