Categories: ଜାତୀୟ

ରେବ ପାର୍ଟି ପରେ ଭିଆଇପିଙ୍କ ଝିଅପୁଅ, ଅଭିନେତା ଅଟକ

ହାଇଦ୍ରାବାଦ,୩।୪: ବଞ୍ଜାରା ପାହାଡରେ ଥିବା ଏକ ପଞ୍ଚ ତାରକା ହୋଟେଲ ରବିବାର ସକାଳ ପର୍ଯ୍ୟନ୍ତ ଚାଲିଥିବା ଏକ ରେବ ପାର୍ଟି ଉପରେ ଚଢ଼ାଉ କରି ୧୪୨ ଜଣଙ୍କୁ ଅଟକ ରଖିଛି ହାଇଦ୍ରାବାଦ୍‌ ପୋଲିସ। ସେମାନଙ୍କ ମଧ୍ୟରେ ଭିଆଇପିଙ୍କ ଝିଅପୁଅ, ଅଭିନେତା ଏବଂ ରାଜନେତା ଅଛନ୍ତି।

ସେମାନଙ୍କ ପାଖରୁ କୋକେନ୍‌ ଏବଂ ଗଞ୍ଜେଇ ଭଳି ନିଶାଦ୍ରବ୍ୟ ମିଳିଛି। ଟଲିଉଡ୍‌ ମେଗାଷ୍ଟାର ଚିରନଜୀବିଙ୍କ ଭାଣିଜୀ ନିହାରିକା କୋନିଡେଲା ମଧ୍ୟ ଅଟକ ଥିବା ଜଣାପଡ଼ିଛି। ତାଙ୍କ ସହିତ ଗାୟକ ତଥା ବିଗ୍‌ ବସ୍‌ ତେଲୁଗୁ ସିଜନ ୩ ବିଜତା ରାହୁଲ ସିପ୍ଲିଗୁଞ୍ଜ, ଯିଏକି ଫେବୃୟାରୀ ୧୨ରେ ହାଇଦ୍ରାବାଦ୍‌ ପୋଲିସ ପକ୍ଷରୁ ଲଞ୍ଚ କରାଯାଇଥିବା ଡ୍ରଗ୍ସ ନିବାରଣ ଅଭିଯାନର ଥେମ ଗୀତ ଗାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆନ୍ଧ୍ର ପ୍ରଦେଶ ଶୀର୍ଷ ପୋଲିସ ଅଧିକାରୀଙ୍କ ଝିଅ, ତେଲୁଗୁ ଦେସମ ଏମ୍‌ପିଙ୍କ ପୁଅ ମଧ୍ୟ ରହିଛନ୍ତି।

Share