ଏବେ ପିଲାମାନେ ବି କରିପାରିବେ ଟ୍ରେଡିଙ୍ଗ, ଏହି କମ୍ପାନୀ ଆରମ୍ଭ କଲା ଚିଲଡ୍ରେନ ଆକାଉଣ୍ଟ

ନୂଆଦିଲ୍ଲୀ,୨୮।୧: ଦେଶର ବଡ ଟ୍ରେଡିଙ୍ଗ କମ୍ପାନୀ ଜେରୋଧା ଏକ ନୂଆ ଘୋଷଣା କରିଛି। ଏଥର ଯୁବକ ଓ ବୟସ୍କଙ୍କ ପରି ପିଲାମାନେ ମଧ୍ୟ ଟ୍ରେଡିଙ୍ଗ କରିପାରିବେ। ସେମାନେ ବି ଶେୟାର ମାର୍କେଟରେ ଟଙ୍କା ନିବେଶ କରିପାରିବେ।

ଜୋରାଧା ସୋସିଆଲ ମିଡିଆରେ ପୋଷ୍ଟ କରି ଏହି ସମ୍ପର୍କରେ ସୂଚନା ଦେଇଛି। କମ୍ପାନି କହିଛି, ଅଭିଭାବକମାନେ ପିଲାଙ୍କ ବ୍ୟକ୍ତିଗତ ଟ୍ରେଡିଙ୍ଗ ଆକାଉଣ୍ଟ ଖୋଲିପାରିବେ। ଏହାଦ୍ୱାରା ପିତାମାତା ସେମାନଙ୍କ ପିଲାଙ୍କ ଭବିଷ୍ୟତ ପାଇଁ ସହଜରେ ସଞ୍ଚୟ ଏବଂ ନିବେଶ କରିବାରେ ସାହାଯ୍ୟ ପାଇପାରିବେ। ଅନଲାଇନ ପିଲାଙ୍କ ପାଇଁ ଜୋରୋଧାରେ ଆକାଉଣ୍ଟ ଖୋଲିବା ସହ ଷ୍ଟକ, ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିପାରିବେ।
କମ୍ପାନୀ ଆହୁରି କହିଛି, ପିଲାମାନେ ପିତାମାତାଙ୍କ ସହ ମିଶି ନିବେଶ କରିବାକୁ ପ୍ରୋତ୍ସାହିତ କରିବା ପାଇଁ, ଆମେ ଛୋଟ ଟ୍ରେଡିଙ୍ଗ ଆକାଉଣ୍ଟ ଖୋଲିବାକୁ ନିଶୁଳ୍କ କରିଛୁ। ଏଥିସହ ଆନୁଆଲ ମେଣ୍ଟେନାନ୍ସ ଫି (AMC)କୁ ମଧ୍ୟ ଛାଡ କରିଛୁ।

ଏହି ଅନଲାଇନ ଟ୍ରେଡିଙ୍ଗ ଆକାଉଣ୍ଟ ଖୋଲିବାକୁ ହେଲେ ଉଭୟ ପିଲା ଓ ଅଭିଭାବକଙ୍କ ଆଧାର ମୋବାଇଲ ନମ୍ବର ସହିତ ଲିଙ୍କ୍‌ ରହିବା ଉଚିତ। ଏହା ବ୍ୟତୀତ ଅଭିଭାବକଙ୍କର ଜୋରଧାରରେ ଆକାଉଣ୍ଟ ରହିବା ଉଚିତ। ଯଦି ପିଲାଙ୍କର ଆଧାର ମୋବାଇଲ ନମ୍ବର ସହିତ ଲିଙ୍କ ନ ଥାଏ, କିମ୍ବା ଆଧାର ବି ନ ଥାଏ, ତେବେ ଆକାଉଣ୍ଟକୁ ଅଫଲାଇନରେ ମଧ୍ୟ ଖୋଲିପାରିବେ। ସବୁ ଡକ୍ୟୁମେଣ୍ଟ ଯାଞ୍ଚ ହେବା ପରେ ୪୮ ଘଣ୍ଟା ଭିତରେ ପିଲାଙ୍କ ଅକାଉଣ୍ଟ ଖୋଲାଯାଇପାରିବ।

Share