Categories: ଜାତୀୟ

ବୃଦ୍ଧ ମାତାପିତାଙ୍କର ଯତ୍ନ ନ ନେଲେ ସମ୍ପତ୍ତିରୁ ବେଦଖଲ ହେବେ ସନ୍ତାନ, ସରକାରଙ୍କ ନୂଆ ଆଇନ…

ଲକ୍ଷ୍ନୌ,୯।୧୧ : ଅନେକ ଥର ଏପରି ଘଟଣା ସାମ୍ନାକୁ ଆସିଥାଏ ଯେଉଁଥିରେ ଘରର ପିଲାମାନେ ବୃଦ୍ଧାବସ୍ଥାରେ ବୃଦ୍ଧ ମାତାପିତାଙ୍କୁ ମାନସିକ ସ୍ତରରେ ହଇରାଣ କରନ୍ତି । ଏହି ଘଟଣାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ନୂଆ ଆଇନ ଆଣିବାକୁ ଯାଉଛନ୍ତି। ଏଭଳି କରୁଥିବା ସନ୍ତାନଙ୍କୁ ପୈତୃକ ସମ୍ପତ୍ତିରୁ ବେ ଦଖଲ କରିବାକୁ ସରକାର ଚିନ୍ତା କରୁଛନ୍ତି।

ବୃଦ୍ଧ ମାତାପିତା ଏବଂ ବରିଷ୍ଠ ନାଗରିକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ରକ୍ଷଣାବେକ୍ଷଣ ଏବଂ କଲ୍ୟାଣ ଆଇନ ୨୦୦୭ ଅନୁଯାୟୀ ରାଜ୍ୟ ନିୟମରେ ସଂଶୋଧନ ପାଇଁ ଏକ ପ୍ରସ୍ତାବ ରାଜ୍ୟ କ୍ୟାବିନେଟକୁ ପଠାଯାଇଛି। ଏ ସମ୍ପର୍କରେ ଉତ୍ତରପ୍ରଦେଶର ରାଜ୍ୟ ସାମାଜିକ କଲ୍ୟାଣ ମନ୍ତ୍ରୀ ଅସୀମ ଅରୁଣ କହିଛନ୍ତି ଯଦି ସେମାନଙ୍କ ପିଲାମାନେ ସେମାନଙ୍କ ମାତାପିତାଙ୍କ ସହିତ ଖରାପ ବ୍ୟବହାର କରି ସେମାନଙ୍କର ଯତ୍ନ ନେଉ ନାହାନ୍ତି ତେବେ ସରକାରଙ୍କ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ଏକ ପ୍ରସ୍ତାବ ରାଜ୍ୟ ଆଇନ ଆୟୋଗଙ୍କଠାରୁ ଗ୍ରହଣ କରାଯାଇଛି ଏବଂ ଉପଯୁକ୍ତ ଆଲୋଚନା ପରେ ଏହାକୁ ଅନୁମୋଦନ ପାଇଁ ରାଜ୍ୟ କ୍ୟାବିନେଟକୁ ପଠାଯାଇଛି, ଏହା ଶୀଘ୍ର ପାରିତ ହେବ ବୋଲି ଆଶା କରାଯାଉଛି।

Share