‘ରାଜ୍ୟରେ ପିଲାଙ୍କୁ ଦିଆଯିବ କରୋନା ଟିକା’

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ରାଜ୍ୟରେ ୧୫ରୁ ୧୮ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା। ଏ ନେଇ ପଞ୍ଜୀକରଣ କରିବାକୁ ପଡ଼ିବ ବୋଲି ସୋମବାର ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି।

ଜାନୁୟାରୀ ୧ରୁ ଦେଶରେ ୧୫ରୁ ୧୮ ବର୍ଷ ବୟସ ପିଲାଙ୍କ ପାଇଁ ଟିକା ପଞ୍ଜୀକରଣ ଆରମ୍ଭ ହେବ। ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଘୋଷଣା କରିଛନ୍ତି। ରାଜ୍ୟରେ ୧୫ରୁ ୧୮ ବର୍ଷ ପିଲାଙ୍କ ସଂଖ୍ୟା ୨୫ ଲକ୍ଷ ୫୩ ହଜାର ତେବେ ଟିକା ନେବା ପାଇଁ ସେମାନଙ୍କୁ ପଞ୍ଜୀକରଣ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଆବଶ୍ୟକ ପଡ଼ିଲେ ସ୍କୁଲ ଓ କଲେଜରେ କ୍ୟାମ୍ପ କରାଯାଇ ଟିକା ଦିଆଯିବା ବ୍ୟବସ୍ଥା କରାଯିବ। ସେଠାରେ ଶିକ୍ଷକ ଉପସ୍ଥିତ ରହିବେ। ଯଦି ବାହାରେ କ୍ୟାମ୍ପ କରାଯାଏ, ତା’ହେଲେ ଅଭିଭାବକଙ୍କୁ ଆସିବାକୁ ପଡିବ। ୧୫ରୁ ୧୮ ବର୍ଷ ପିଲାଙ୍କ ପାଇଁ ଦୁଇଟି ଟିକାକୁ ଅନୁମତି ଦିଆଯାଇଛି। ତେବେ କେଉଁ ଟିକା ଦିଆଯିବ ତାହା ସ୍ପଷ୍ଟ ହୋଇନି। କେନ୍ଦ୍ର ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଆସିବା ପରେ ତାହା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।

Share