Categories: ଜାତୀୟ

ଚଳିତ ବର୍ଷ ଶିଶୁଙ୍କୁ ଦିଆଯାଇ ପାରିବ ନାହିଁ କରୋନା ଟିକା

ନୂଆଦିଲ୍ଲୀ,୧୩ ।୮: ଚଳିତ ବର୍ଷ କରୋନା ମହାମାରୀଠାରୁ ଦୂରେଇ ରହିବାକୁ ଶିଶୁମାନଙ୍କୁ ଟିକା ଦିଆଯାଇ ପାରିବ ନାହିଁ ବୋଲି ଜଣାପଡିଛି । କୋଭିଡ ଟାସ୍କ ଫୋର୍ସର ରିସର୍ଚ୍ଚ ଟିମ୍‌ଙ୍କ ସୂଚନା ଅନୁଯାୟୀ, କରୋନାର ପ୍ରଥମ ଓ ଦ୍ୱିତୀୟ ଲହରକୁ ନେଇ ଛୋଟ ପିଲାଙ୍କ ଉପରେ ଗବେଷଣା କରାଯାଇଥିଲା । ଯାହା ଦର୍ଶାଉଛି କି ୧୨ ବର୍ଷ ବୟସରୁ କମ୍ ବୟସର ପିଲାଙ୍କୁ ଏତେଶୀଘ୍ର କରୋନା ଆକ୍ରାନ୍ତ କରିବ ନାହିଁ । କରୋନା ମହାମାରୀ ସାରା ବିଶ୍ୱରେ ହାହାକାର କରିଥିବା ବେଳେ ଏହାର ଦ୍ୱିତୀୟ ଲହର ଏବେ କିଛି ଦେଶରେ ତାଣ୍ଡବ ରଚି ଚାଲିଛି । ତେବେ କରୋନାର ତୃତୀୟ ଲହର ଶିଶୁମାନଙ୍କ ଉପରେ ସବୁଠାରୁ ଅଧିକ ପ୍ରଭାବ ପକାଇବ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି । ଏହାର ମୁଖ୍ୟ କାରଣ ହେଲା ଏପର୍ଯ୍ୟନ୍ତ ଶିଶୁମାନଙ୍କ ପାଇଁ କୌଣସି ଟିକା ବା ଭ୍ୟାକ୍ସିନ ଆସିନାହିଁ । ତେଣୁ ସଦାସର୍ବଦା ଶିଶୁଙ୍କ ଅଭିଭାବକଙ୍କୁ ଏ ଦିଗରେ ସତର୍କ କରାଯାଉଛି । ପୂର୍ବରୁ ଶୁଣିବାକୁ ମିଳିଥିଲା କି ଚଳିତ ବର୍ଷ କରୋନା ଟିକା ସେପ୍ଟେମ୍ବର ସୁଦ୍ଧା ପିଲାମାନଙ୍କ ପାଇଁ ଉପଲବ୍ଧ ହେବ । ହେଲେ ଏବେ ଏହି ଗବେଷଣା କହୁଛି ୨୦୨୨ରେ ପିଲାମାନଙ୍କ ପାଇଁ ଟିକା ଆସିଯାଇଥିବ । ଗବେଷଣା କରିଥିବା ଟିମ୍‌କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟଏଥିପାଇଁ ସୁପାରିସ କରିଥିଲେ ।

Share