ଭୁବନେଶ୍ୱର,୨୬।୧୨ (ବ୍ୟୁରୋ): କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଟିକାକରଣ ଏବଂ ଗାଇଡ୍ଲାଇନ୍ ପାଳନକୁ ଗୁରୁତ୍ୱ ଦିଆଯାଉଛି। ଓମିକ୍ରନ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ ଟିକାକରଣ ଓ ବୁଷ୍ଟର ଡୋଜ୍ ଟିକା ଦେବାପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କହିଛନ୍ତି। ତେବେ ରାଜ୍ୟରେ ଟିକା ପାଇଁ କୌଣସି ସମସ୍ୟା ହେବ ନାହିଁ। ଟିକାକରଣ ପାଇଁ ଯଥେଷ୍ଟ ମାନବ ସମ୍ବଳ ରଖାଯାଇଛି। ଆବଶ୍ୟକ ପଡିଲେ ଅଧିକ ଲୋକଙ୍କୁ ଟିକାକରଣ କାର୍ଯ୍ୟରେ ନିୟୋଜିତ କରାଯିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ଟିକାକରଣ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇଥିବାରୁ ସରକାର ଏଥିପ୍ରତି ଅଧିକ ଯତ୍ନବାନ ଅଛନ୍ତି। ଟିକାକରଣରେ ରାଜ୍ୟର ଭଲ ପ୍ରଦର୍ଶନ ରହିଛି। ପିଲାମାନଙ୍କ କ୍ଷେତ୍ରରେ ମଧ୍ୟ ଟାର୍ଗେଟ ଜନସଂଖ୍ୟା ଅନୁଯାୟୀ ଟିକାକରଣ କରାଯିବ। ଏଥିପାଇଁ ପ୍ରତ୍ୟେକ ଜିଲାକୁ ୧୫ରୁ ୧୮ବର୍ଷ ବୟସର ପିଲାମାନଙ୍କ ତଥ୍ୟ ମଗାଯାଇଛି।