Posted inଜାତୀୟ

ପିଲାଙ୍କ ମା’ମାନେ କରିବେ ମଧ୍ୟାହ୍ନ ଭୋଜନ ଯାଞ୍ଚ: ସରକାରଙ୍କ କଡ଼ା ନିର୍ଦ୍ଦେଶ…

ଶିମଲା,୧୧।୧୨ : ପ୍ରତିଷ୍ଠା ହେବାକୁ ଥିବା କ୍ଲଷ୍ଟର ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଦ୍ୟର ଯାଞ୍ଚ ପେଇଁ ପିଲାମାନଙ୍କର ମା’ ଏବଂ ମହିଳା ମଣ୍ଡଳଙ୍କ ସହାୟତାରେ ନିଆଯିବ। ଏନେଇ ହିମାଚଳ ପ୍ରଦେଶରେ ସରକାର କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ୩୦୦ରୁ ୫୦୦ ମିଟର ଦୂରରେ ଅବସ୍ଥିତ ବିଦ୍ୟାଳୟଗୁଡ଼ିକର କ୍ଲଷ୍ଟର ସୃଷ୍ଟି ବିଷୟରେ ଶିକ୍ଷା ସଚିବ ରାକେଶ କାନୱାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ପ୍ରିନ୍ସପଲ କିମ୍ବା ହେଡମାଷ୍ଟର କ୍ଲଷ୍ଟର ସ୍କୁଲ କମିଟିର ଚେୟାରମ୍ୟାନ ହେବେ। ପ୍ରଧାନ ଶିକ୍ଷକଙ୍କୁ କେନ୍ଦ୍ର ମୁଖ୍ୟ କିମ୍ବା ସଦସ୍ୟ ସଚିବ କରାଯିବ।

କ୍ଲଷ୍ଟରରେ ଅନ୍ତର୍ଭୁକ୍ତ ସମସ୍ତ ବିଦ୍ୟାଳୟର ମୁଖ୍ୟ, ଜଣେ ଶିକ୍ଷକ ଏବଂ ଏସଏମସିର ଜଣେ ପ୍ରତିନିଧୀଙ୍କୁ କମିଟିର ସଦସ୍ୟ କରାଯିବ। କ୍ଲଷ୍ଟର ବିଦ୍ୟାଳୟଗୁଡ଼ିକର ଶିକ୍ଷକମାନେ ବିଦ୍ୟାଳୟରେ ବିକଳ୍ପ ବ୍ୟବସ୍ଥା କରିବାକୁ କମିଟି ଅଧ୍ୟକ୍ଷଙ୍କୁ ଜଣାଇବା ପରେ ହିଁ ଛୁଟିରେ ଯାଇପାରିବେ। ସମାନ କ୍ୟାମ୍ପସରେ ଏକ ପ୍ରାଥମିକ ବିଦ୍ୟାଳୟ ଚାଲୁଥିବା ରାଜ୍ୟର ଏହିପରି ସମସ୍ତ ସରକାରୀ ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ଏବଂ ମଧ୍ୟମ ବିଦ୍ୟାଳୟଗୁଡ଼ିକୁ କ୍ଲଷ୍ଟର ବିଦ୍ୟାଳୟ ଭାବରେ ପରିଣତ କରାଯିବ।

ଏଥିପାଇଁ ଡିସେମ୍ବର ଶେଷ ସୁଦ୍ଧା ସମସ୍ତ ଜିଲା ଡେପୁଟି ନିର୍ଦ୍ଦେଶକଙ୍କ ଠାରୁ ରିପୋର୍ଟ ମଗାଯାଇଛି। ପ୍ରଧାନଶିକ୍ଷକ, କ୍ଲଷ୍ଟର ବିଦ୍ୟାଳୟଗୁଡ଼ିକର ହେଡମାଷ୍ଟରମାନେ ନିଜ ନିଜ ମଧ୍ୟରେ ସମନ୍ବୟ ପାଇଁ ମୁଖ୍ୟ ଭାବରେ କାର୍ଯ୍ୟ କରିବେ । ହିମାଚଳ ପ୍ରଦେଶରେ କ୍ଲଷ୍ଟର ବିଦ୍ୟାଳୟ ଗଠନ ପାଇଁ ଉତ୍ସଗୁଡିକ ବଣ୍ଟନ ଏବଂ ଗୁଣାତ୍ମକ କାର୍ଯ୍ୟକଳାପ ମାଧ୍ୟମରେ ଗୁଣାତ୍ମକ ଶିକ୍ଷାର ଉନ୍ନତି ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।

ସମାନ କ୍ୟାମ୍ପସରେ କିମ୍ବା ନିକଟବର୍ତ୍ତୀ ଅବା ୩୦୦ ମିଟରରୁ କମ ଦୂରରେ ଏବଂ ପରସ୍ପରଠାରୁ ୫୦୦ମିଟର ଦୂରରେ ଅବସ୍ଥିତ ପ୍ରାଥମିକ, ଉଚ୍ଚ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ବିଦ୍ୟାଳୟ କ୍ଲଷ୍ଟର ଭାବରେ ଜଣାଶୁଣା। ରାଜ୍ୟରେ ୧,୯୮୪ ସରକାରୀ ସିନିୟର ମାଧ୍ୟମିକ, ୯୬୦ ଉଚ୍ଚ ଏବଂ ୧,୮୮୫ ମଧ୍ୟମ ବିଦ୍ୟାଳୟ ଅଛି ।

ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟ ସଂଖ୍ୟା ହେଉଛି ୧୦,୩୦୦। ଶିକ୍ଷା ସଚିବଙ୍କ ଦ୍ୱାରା ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶରେ ଏହା ସ୍ପଷ୍ଟ ହୋଇଛି ଯଦି ବିଦ୍ୟାଳୟଗୁଡ଼ିକ ଦୂରତାରେ ଥାଆନ୍ତି, ତେବେ ମଧ୍ୟାହ୍ନ ଭୋଜନ ପଠାଇବା ପାଇଁ ଅନ୍ୟ ଉପାୟ ମାଧ୍ୟମରେ ସାହାଯ୍ୟ ନିଆଯାଇପାରେ। ଯଦି ଏକ କ୍ଲଷ୍ଟର ଗଠନ ହୁଏ, ଖାଦ୍ୟ ପ୍ରସ୍ତୁତି କର୍ମଚାରୀମାନେ କୌଣସି ପରିସ୍ଥିତିରେ ଦାୟିତ୍ୱରୁ ମୁକ୍ତି ପାଇବେ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି: ୧୬୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ,୨୬ା୧୦: ପଶ୍ଚିମବଙ୍ଗ ସ୍କୁଲ୍‌ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଦ୍ୱାରା ଗ୍ରୁପ୍‌ ସି ଏବଂ ଡି କର୍ମଚାରୀ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏହାର ମନିଲଣ୍ଡରିଂ ଦିଗ...

ଭାରତ-ଚାଇନା ଚୁକ୍ତିକୁ ନେଇ ଜୟଶଙ୍କର କହିଲେ ସଫଳତା ପଛରେ…

ପୁଣେ,୨୬ା୧୦: ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପୂର୍ବ ଲଦାଖ ଅନ୍ତର୍ଗତ ଏଲ୍‌ଏସିରେ ଲାଗି ରହିଥିବା ଅଚଳାବସ୍ଥା ଦୂର ପାଇଁ ଉଭୟ ଭାରତ ଓ...

ଖାଲିଟାରେ ଗର୍ଜୁ ନାହାଁନ୍ତି ଗିରିରାଜ…

ପାଟନା,୨୬।୧୦: ବିହାରରେ ଯେଉଁ ଆଡେ ନଜର ପକାଇଲେ ଦେଖିବେ, ଆଜିକାଲି କେବଳ ଭାଜପାର ଫାୟାର ବ୍ରାଣ୍ଡ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ‘ହିନ୍ଦୁ...

ଭାରତ ଆଡକୁ କାହିଁକି ଆକର୍ଷିତ ହେଉଛି ବିଶ୍ୱ? ଜୟଶଙ୍କର ଦେଲେ ଏମିତି ଜବାବ

ପୁଣେ,୨୬।୧୦: ଶନିବାର ଅର୍ଥାତ୍‌ ଅକ୍ଟୋବର ୨୬ରେ ପୁଣେରେ ଛାତ୍ରମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର କହିଛନ୍ତି ଯେ ଆଜି...

ବାବା ସିଦ୍ଦିକୀ ହତ୍ୟାକାଣ୍ଡର ଖୋଲିଲା ବଡ଼ ଗୁମର, ପୋଲିସ କହିଲା କିଏ ମାମଲାର ମୋଷ୍ଟ ଓ୍ବାଣ୍ଟେଡ

ମୁମ୍ବାଇ,୨୬।୧୦: ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଏକ ବଡ଼ ଥା ସାମ୍ନାକୁ ଆସିଛି। ଏହି ହତ୍ୟା ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ...

ସ୍ବାମି ଅଭିମୁକ୍ତେଶ୍ୱରାନନ୍ଦଙ୍କଠାରୁ ଆଶୀର୍ବାଦ ନେଲେ ପରିଣିତି-ରାଘବ

ନୂଆଦିଲ୍ଲୀ,୨୬।୧୦: ଶନିବାର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ମହାରାଜ ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମପି ରାଘବ ଚଢା ଏବଂ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ...

ବିମାନକୁ ବୋମା ଧମକ ପରେ ସହାୟତା ଲୋଡ଼ିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୬ା୧୦: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଶନିବାର ବିମାନ କମ୍ପାନୀଗୁଡ଼ିକ ପ୍ରତିଦିନ ବୋମା ଧମକ ଦେଉଥିବା ଗୁଜବ ସମ୍ପର୍କରେ ଏକ ଆଡ୍‌ଭାଇଜରି ଜାରି...

ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି ୟୁପିର ବିଧାୟକ!

ମୁମ୍ବାଇ,୨୬।୧୦: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏପର୍ଯ୍ୟନ୍ତ ଅନେକ ରାଜନେତାଙ୍କୁ ଟାର୍ଗେଟ କରି ହତ୍ୟା କରିନ୍ତି। ନିକଟରେ ମୁମ୍ବାଇରେ ବାବା ସିଦ୍ଦିକୀଙ୍କ ହତ୍ୟା ମାମଲା ସମଗ୍ର ଦେଶରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri