‘ଦେଶର ଉନ୍ନତି-ପ୍ରଗତିରେ ଶିଶୁମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବାଲିଗୁଡ଼ା,୧୪ା୧୧(ସଞ୍ଜୟ କୁମାର ପାଣିଗ୍ରାହୀ): ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ଶିଶୁ ପ୍ରିୟ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୩୫ ତମ ଜନ୍ମ ଜୟନ୍ତୀ ଓ ଶିଶୁ ଦିବସ କନ୍ଧମାଳ ଜିଲା ବାଲିଗୁଡ଼ାଠାରେ ଉପଖଣ୍ଡ ସ୍ତରୀୟ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଟାଉନର ସମସ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ନିଜ ନିଜ ବିଦ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ବଜାର ଛକ ନିକଟରେ ଥିବା ନେହେରୁଙ୍କ ପ୍ରତିମୂର୍ତ୍ତିରେ ଦୀପ ଧୂପ ଫୁଲ, ଚନ୍ଦନ ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ପରେ ଟାଉନର ପ୍ରତ୍ୟେକ ବିଦ୍ୟାଳୟରେ ମଧ୍ୟ ଛାତ୍ରୀଛାତ୍ର ନିଜ ନିଜ ବିଦ୍ୟାଳୟକୁ ଯାଇ ବିଦ୍ୟାଳୟ ପରିସରରେ ଶିକ୍ଷୟିତ୍ରୀଶିକ୍ଷକ ଛାତ୍ରୀଛାତ୍ର ଉପସ୍ଥିତ ରହି ନେହେରୁଙ୍କ ଫଟୋରେ ପୁଷ୍ପ ମାଲ୍ୟାର୍ପଣ କରି ନେହେରୁଙ୍କ ସମ୍ପର୍କରେ ସମ୍ୟକ୍‌ ଉଦ୍‌ବୋଧନ ଦେଇଥିଲେ। ସେହିପରି ବାଲିଗୁଡ଼ା ବ୍ଲକ ମିଡିଆକିଆ ପଞ୍ଚାୟତର ନୂଆସାହି ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଜଗଦୀଶ ଚନ୍ଦ୍ର ବେହେରା ନେହେରୁଙ୍କ ଫଟୋଚିତ୍ରରେ ଦୀପଧୂପ ପ୍ରଜ୍ଜ୍ୱଳନ ପୂର୍ବକ ମାଲ୍ୟାର୍ପଣ କରି ନେହେରୁ ପିଲାଙ୍କୁ କିପରି ଭଲ ପାଇବା ସହ ସେମାନଙ୍କ ଅଧିକାର ଏବଂ ଶିକ୍ଷା ପାଇଁ କିପରି ଚେଷ୍ଟା କରୁଥିଲେ ଏବଂ ସହକାରୀ ଶିକ୍ଷୟିତ୍ରୀ କିମନ୍ତି ମଳିକ ଓ ସରୋଜିନୀ ମଳିକ ନେହେରୁ ଦେଶର ଉନ୍ନତି ଓ ପ୍ରଗତି ଦିଗରେ ଶିଶୁଙ୍କ ଭୁମିକା ଗୁରୁତ୍ୱପୂର୍ଣ୍ଣ ସମ୍ପର୍କରେ ଉପସ୍ଥିତ ପିଲାଙ୍କୁ ବୁଝାଇଥିଲେ। ପରେ ପରେ ପ୍ରତ୍ୟେକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜନ ପରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ରୋଗାକ୍ରାନ୍ତ ପୁଅ ପାଖରେ ପହଞ୍ଚତ୍ଲା ମେଡିକାଲ ଟିମ୍‌

କୋକସରା,୨୨ା୧୧ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କାଶିବାହାଲ ପଞ୍ଚାୟତ ସିଆଲଲଟି ପଡ଼ା ଗ୍ରାମର ମାନସିକ ରୋଗାକ୍ରାନ୍ତ କେଶବ ମାଝୀ (୨୮)ଙ୍କୁ ବୃଦ୍ଧା...

ଗ୍ୟାସ୍‌ ଲିକ୍‌ରୁ ଅଗ୍ନିକାଣ୍ଡ ଘଟଣା ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ

ଦିଗପହଣ୍ଡି,୨୨ା୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ନରେନ୍ଦ୍ରପୁର ଗ୍ରାମରେ ଗତ ଶନିବାର ସନ୍ଧ୍ୟାରେ ଗ୍ୟାସ୍‌ ସିଲିଣ୍ଡର ପାଇପ ଲିକରୁ ଅଗ୍ନିକାଣ୍ଡ ଘଟଣାରେ ଗୋଟିଏ ପରିବାରର ସ୍ବାମୀ,...

ଘରୁ ବୋମା ଜବତ: ପୁଅଙ୍କ ପରେ ବାପା ଗଲେ ଜେଲ

ଦିଗପହଣ୍ଡି,୨୨ା୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧ ନଂ ୱାର୍ଡ ମୁକ୍ତେଶ୍ୱର ଶୈବପୀଠ ସଂଲଗ୍ନ କେନାଲ ସାହିର ଏକ ଭଡ଼ା ଘରେ ରହୁଥିବା ପଦ୍ମନାଭପୁର ଗ୍ରାମର...

ଇନ୍‌ଫର୍ମର ସନ୍ଦେହରେ ୨ ଗ୍ରାମବାସୀଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି,୨୨ା୧୧(ଦୁର୍ଯ୍ୟୋଧନ ପାତ୍ର)-ଛତିଶଗଡ ବର୍ଡର ତେଲଙ୍ଗାନା ଭେଜେଡୁ ମଣ୍ଡଳ ପେରୁ ଗ୍ରାମର ଉଇକା ରମେଶ ଏବଂ ଉଇକା ଅର୍ଜୁନଙ୍କୁ ପୋଲିସ ଇନ୍‌ଫର୍ମର ସନ୍ଦେହରେ ମାଓବାଦୀମାନେ ହତ୍ୟା କରିଛନ୍ତି।...

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଦୁର୍ନୀତି ଅଭିଯୋଗର ଭିଜିଲାନ୍ସ ତଦନ୍ତ

ଭବାନୀପାଟଣା,୨୨ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ପଲନା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଦୁର୍ନୀତି ହୋଇଥିବା ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ସଡ଼କ, ପିଚୁ ରାସ୍ତା ଉପରେ...

ହାଡ଼ଭଙ୍ଗା ଶୀତରେ ଥରୁଛି କଳାହାଣ୍ଡିର କଶ୍ମୀର

ଥୁଆମୂଳ ରାମପୁର, ୨୨।୧୧ (ଦୁର୍ଗା କୀର୍ତ୍ତି) : – କଳାହାଣ୍ଡି ଜିଲାର କାଶ୍ମୀର କୁହାଯାଉଥିବା ଥୁଆମୂଳ ରାମପୁର ବ୍ଲକ ଏବେ ଶୀତରେ ଥରୁଛି। ଚଳିତ ବର୍ଷ...

ଦିଲ୍ଲୀ ବାଣିଜ୍ୟ ମେଳାରେ କନ୍ଧମାଳ ହଳଦୀ କିଣିଲେ ମୁଖ୍ୟମନ୍ତ୍ରୀ

ଦାରିଙ୍ଗବାଡି, ୨୨।୧୧ (ଅରୁଣ ସାହୁ )-ଦିଲ୍ଲୀ ପ୍ରଗତି ମଇଦାନରେ ଚାଲିଥିବା ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ କନ୍ଧମାଳ ହଳଦୀ କିଣିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।...

ବିଇଏମ୍‌ସି ବୈଠକରେ ପ୍ରବଳ ହଟ୍ଟଗୋଳ: ରାସନ କାର୍ଡ ମହିଳା କର୍ମଚାରୀଙ୍କୁ ଘେରିଲେ କର୍ପୋରେଟର

ବ୍ରହ୍ମପୁର,୨୨ା୧୧(ସ୍ମୃତି ରଂଜନ ମହାଲିକ): ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି)ର ଶୁକ୍ରବାର ସାଧାରଣ ବୈଠକରେ କର୍ପୋରେଟରଙ୍କ ପ୍ରବଳ ହଟ୍ଟଗୋଳ ହୋଇଛି। ବୈଠକରେ ନିଗମର ରାସନ କାର୍ଡ ଓ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri