ହାଟଡିହୀ,୩l୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ଅଞ୍ଚଳରେ ବନ୍ୟା ପାଣିରେ ବୁଡ଼ି ଜଣେ ଶିଶୁପୁତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୋସୋ ଥାନା ସଙ୍ଗମ ଗ୍ରାମ ନାଇକ ସାହିର ଗୋବିନ୍ଦ ନାଇକଙ୍କ ପୁଅ ସତ୍ୟଜିତ(୬ ବର୍ଷ)।
ସତ୍ୟଜିତ ସନ୍ଧ୍ୟାରେ ନିକଟସ୍ଥ ନାଳକୁ ଶୌଚ ହେବାକୁ ଯାଇଥିଲେ। ନାଳରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ସ୍ରୋତରେ ସେ ଭାସି ଯାଇଥିଲେ। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ସତ୍ୟଜିତ୍ ସଙ୍ଗମ ସ୍କୁଲର ପ୍ରଥମରେ ପଢ଼ୁଥିଲେ।