Categories: ଖେଳ

ନ୍ୟୁଜିଲାଣ୍ଡକୁ ହରାଇଲା ଚିଲି

ଭୁବନେଶ୍ୱର, ୧୨।୧୦(କ୍ରୀଡ଼ା ପ୍ରତିନିଧି): ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ଭୁବନେଶ୍ୱର ସମେତ ଗୋଆର ମାର୍ଗାଓରେ ମଧ୍ୟ ଆରମ୍ଭ ହୋଇଛି। ପଣ୍ଡିତ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ଗ୍ରୁପ୍‌ ‘ବି’ ମ୍ୟାଚରେ ଚିଲି ୩-୧ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ମ୍ୟାଚରେ ଆଧିପତ୍ୟ ବିସ୍ତାର କରି ଖେଳିଥିଲା ଚିଲି। ମ୍ୟାଚର ୧୨ତମ ମିନିଟରେ ଅମ୍ବର ଫିଗୁଏରୋ ଗୋଲ ଦେଇ ଚିଲିକୁ ଅଗ୍ରଣୀ କରାଇଥିଲେ। ୨୨ତମ ମିନିଟରେ ଟାଲି ରୋଭନେର ଏହାକୁ ୨-୦ରେ ପହଞ୍ଚାଇଥିଲେ। ନ୍ୟୁଜିଲାଣ୍ଡର ଇମିଲି କ୍ଲେଗ ୫୨ତମ ମିନିଟରେ ଗୋଟିଏ ଗୋଲ ପରିଶୋଧ କରି ମ୍ୟାଚରେ ରୋମାଞ୍ଚ ଭରିଥିଲେ। ମାତ୍ର ୬୪ତମ ମିନିଟରେ ଆନାଇସ ସିଫୁଣ୍ଟେସ ଗୋଟିଏ ଗୋଲ ଦେଇ ଚିଲିର ଅଗ୍ରଣୀ ବ୍ୟବଧାନକୁ ୩-୧ରେ ପହଞ୍ଚାଇ ଦେଇଥିଲେ। ଏହାପରେ ଆଉ ଗୋଲ ହୋଇ ନ ଥିଲା।

Share