ସେଲ୍‌ଫି ନେଉଥିଲେ ରାଷ୍ଟ୍ରପତି, ଲାଗିଲା ଜରିମାନା

ସାନଟିଆଗୋ,୨୦।୧୨: ଚିଲି ରାଷ୍ଟ୍ରପତି ସେବାସ୍ତିଆନ ପିନେରାଙ୍କ ଉପରେ ୨.୩ ଲକ୍ଷ ଟଙ୍କା ଜୋରିମନା ଲାଗିଛି। କରୋନା ନିୟମ ଉଲ୍ଲଂଘନ କରିବା ପରେ ଚିଲି ପ୍ରଶାସନ ଏହି ଜୋରିମନା ଦେବାକୁ ନୋଟିସ ପଠାଇଛି। ସମୁଦ୍ର କୂଳରେ ଜଣେ ମହିଳାଙ୍କ ସହ ସେଲଫି ନେଇଥିଲେ ରାଷ୍ଟ୍ରପତି ସେବାସ୍ତିଆନ ପିନେରା। ଏହି ଫଟୋରେ ରାଷ୍ଟ୍ରପତି ବିନା ମାସ୍କରେ ନଜର ଆସିଥିଲେ। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ଏଭଳି ଜୋରିମନା ଲଗାଇଛି ପ୍ରଶାସନ। ଡିସେମ୍ବର ପ୍ରଥମ ସପ୍ତାହରେ ଏହି ଫଟୋ ଉଠାଯାଇଥିଲା। କରୋନା ସମୟରେ ବିନା ମାସ୍କରେ ଫଟୋ ଉଟାଇବା ଉପରେ କଟକଣା ଲାଗିଛି। ଜୋରିମନା ଲାଗିବା ପରେ ରାଷ୍ଟ୍ରପତି ଅନୁତପ୍ତ ଥିବା ଜଣାପଡିଛି। ଘର ପାଖରେ ଚାଲୁଥିବା ସମୟରେ ଜଣେ ମହିଳା ସେଲଫି ନେବା ପାଇଁ ଅନୁରୋଧ କରିଥିଲେ ଫଟୋ ଉଠାଇବା ବେଳେ ମାସ୍କ ପିନ୍ଧିବା ଆବଶ୍ୟକ ଥିଲା ବୋଲି ପିନାରୋ କହିଛନ୍ତି।

Share