ଚିଲି ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁ ବଢିଲା ତାପମାତ୍ରା, ୭୫୦ ହେକ୍ଟର ବନସମ୍ପଦ ପୋଡି ପାଉଁଶ

ଚିଲି,୩ ।୨: ଚିଲିରେ ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁ ପାଖାପାଖି ୭୫୦ ହେକ୍ଟରରୁ ଅଧିକ ଅଞ୍ଚଳରେ ଥିବା ବନ୍ୟ ସମ୍ପଦ ନଷ୍ଟ ହୋଇଯାଇଛି । ନିଆଁର ରୂପ ଏତେ ଭୟଙ୍କର ହୋଇଛି ଯେ ନିକଟରେ ଥିବା ଜନବସତି ଓ କ୍ଷେତକୁ ନଷ୍ଟ କରିଦେବା ସହ ଛୋଟ ଛୋଟ ଜଙ୍ଗଲ ପାଇଁ ବିପଦ ସୃଷ୍ଟି କରିଛି । ଏହି ଭୟଙ୍କର ନିଆଁରେ ଚିଲିର ଦକ୍ଷିଣ ମଧ୍ୟ ଅଞ୍ଚଳରେ ଲୋଗେ ଗ୍ରୀଷ୍ମର ଲହର ଅନୁଭବ କରିଛନ୍ତି ।
ରାଷ୍ଟ୍ରୀୟ ଭାନିକି ନିଗମ(କୋନାଫ) ଅନୁଯାୟୀ, ରାଜଧାନୀ ସୌଂଟିୟାଗୋରୁ ପ୍ରାୟ ୪୦୦ କିଲୋମିଟର(୨୫୦ମାଇଲ)ଦୂର ଚିଲ୍ଲନ ସହର ନିକଟରେ ନିଆଁ ଏବେ ପ୍ରାୟ ୫୫୦ ହେକ୍ଟର, ମୋନାକୋ ଆକରରେ ପ୍ରାୟ ୩ ଗୁଣା ଅଞ୍ଚଳକୁ ବ୍ୟାପି ସାରିଲାଣି । ଆହୁରି ମଧ୍ୟ କୁହାଯାଉଛି କି ନୁବଲ ଅଞ୍ଚଳରେ ଆଉ ଏକ ଭାଗରେ ପ୍ରାୟ ୨୦୦ ହେକ୍ଟରକୁ ପୋଡି ପାଉଁଶ କରି ସାରିଲାଣି । ଏହି ନିଆଁ ଲାଗିବା କାରଣରୁ ବାସହରା ହୋଇଥିବା ଲୋକେ ଏବେ ଏକ ପ୍ରକାର ନିରୁପାୟ ବୋଧ କରୁଛନ୍ତି । କହୁଛନ୍ତି, ଲାଗୁଛି ଯେମିତି ଆମର ଜୀବନ ଶେଷ ହୋଇଯାଇଛି । କାରଣ ଆଖି ପିଛୁଳାକେ ମାଡି ଆସିଥିବା ନିଆଁ ଆମର ସବୁକିଛି ଛଡାଇ ନେଇଛି ।

Share