କଟକ ଅଫିସ,୨୨।୪: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ମିଳିଲା ଜାମିନ୍। ହାଇକୋର୍ଟଙ୍କ ପକ୍ଷରୁ ଶୁକ୍ରବାର ୭ ଦିନିଆ ଅନ୍ତରୀଣ ଜାମିନ ପ୍ରଦାନ ମଞ୍ଜୁର କରାଯାଇଛି। ଉନ୍ନତ ମାନର ଚିକିତ୍ସା ପାଇଁ ଅନ୍ତରୀଣ ଜାମିନ ମିଳିଥିବା ସୂଚନା ମିଳିଛି।
ସୂଚନାନୁସାରେ, ବାଣପୁର ବ୍ଲକରେ ନିର୍ବାଚନ ବେଳେ ଲୋକଙ୍କ ଗହଳି ଉପରେ ଗାଡି ଚଢାଇ ଦେଇଥିଲେ ବିଧାୟକ ପ୍ରଶାନ୍ତ ଜଗଦେବ। ଏଥିରେ ଜଣେ ମହିଳା ସମେତ ୧୬ ଜଣ ଗୁରୁତର ହୋଇଥିଲେ ଏମାନଙ୍କ ମଧ୍ୟରୁ ୧୦ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ଏହାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା। ସେଥିରେ ଉତ୍ତ୍ୟକ୍ତ ହୋଇ ଲୋକେ ବିଧାୟକଙ୍କୁ ଗାଡି ଭିତରୁ ଟାଣି ଆଣି ପ୍ରବଳ ମାଡ଼ ମାରି ଲହୁଲୁହାଣ କରିଥିଲେ। ଏଥିରେ ବିଧାୟକ ଗୁରୁତର ହୋଇଥିଲେ।