ଚିଲିକା ବିଧାୟକଙ୍କ ଅନ୍ତରୀଣ ଜାମିନ ଅବଧି ବଢ଼ିଲା

ଭୁବନେଶ୍ୱର,୪ା୫(ବ୍ୟୁରୋ): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଅନ୍ତରୀଣ ଜାମିନ ଅବଧି ବଢ଼ିଛି। ସ୍ବାସ୍ଥ୍ୟଗତ କାରଣ ଯୋଗୁ ବୁଧବାର ହାଇକୋର୍ଟ ତାଙ୍କ ଅନ୍ତରୀଣ ଜାମିନ ଅବଧିକୁ ଆଉ ୭ ଦିନ ବଢ଼ାଇଥିବା ବିଧାୟକଙ୍କ ଓକିଲ ଅଭିନବ ଚାନ୍ଦ ସୂଚନା ଦେଇଛନ୍ତି।

ଏପ୍ରିଲ ୨୨ରେ ହାଇକୋର୍ଟ ବିଧାୟକଙ୍କୁ ୭ ଦିନ ପାଇଁ ଅନ୍ତରୀଣ ଜାମିନ ଦେଇଥିଲେ। ନିର୍ଦ୍ଦେଶ ପରେ ଏପ୍ରିଲ ୨୭ରେ ବିଧାୟକ ଜେଲ୍‌ରୁ ମୁକୁଳିଥିଲେ। ଏହି ଅନ୍ତରୀଣ ଜାମିନର ଅବଧି ଶେଷ ହୋଇଥିଲା। ତେବେ ଆଜି ବିଧାୟକ ହାଜର ହେବା କଥା। ତାଙ୍କ ଓକିଲ ହାଇକୋର୍ଟଙ୍କ ନିକଟରେ ଏହି ଅନ୍ତରୀଣ ଜାମିନକୁ ବଢ଼ାଇବା ପାଇଁ ଆବେଦନ କରିଥିଲେ। ଆବେଦନକୁ କୋର୍ଟ ଗ୍ରହଣ କରି ଅନ୍ତରୀଣ ଜାମିନକୁ ଆଉ ୭ ଦିନ ବଢ଼ାଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ଅବଧି ମେ’ ୧୧ରେ ଶେଷ ହେବ।

Share