ଭୁବନେଶ୍ୱର,୩୦।୧୨: ବାରଙ୍ଗସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ସୋମବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୟସାଧିକ କାରଣରୁ ଜୁଲୁ ନାମକ ସିମ୍ପାଞ୍ଜିର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ଜୁଲୁକୁ ୩୬ ବର୍ଷ ହୋଇଥିଲା। ୧୯୮୮ରେ ସିଙ୍ଗାପୁରରେ ଜୁଲୁ ଜନ୍ମ ନେଇଥିଲା। ୧୯୯୪ରେ ନନ୍ଦନକାନନ ଆସିଥିଲା।
ସୂଚନା ଯୋଗ୍ୟ, ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରବିବାର ଏକ ଶାବକକୁ ଜନ୍ମ ଦେଇଥିଲା ମା’ ସିମ୍ପାଞ୍ଜି। ଫଳରେ ନନ୍ଦନକାନନରେ ସିମ୍ପାଞ୍ଜିଙ୍କ ସଂଖ୍ୟା ୮କୁ ବୃଦ୍ଧି ଘଟିଥିଲା। ବର୍ତ୍ତମାନ ସିମ୍ପାଞ୍ଜି ଜୁଲୁର ମୃତ୍ୟୁ ପରେ ସିମ୍ପାଞ୍ଜିଙ୍କ ସଂଖ୍ୟା ୭କୁ ଖସି ଆସିଛି।