ଶ୍ରୀଲଙ୍କାକୁ ଫସାଇବା ପାଇଁ ଚାଇନାର ଚାଲ୍‌

କଲମ୍ବୋ,୭ା୫: ଋଣ ପରିଶୋଧରୁ ମୁକ୍ତି ପାଇବାକୁ ଚେଷ୍ଟା କରୁଥିବା ଶ୍ରୀଲଙ୍କା ଉପରେ ଚାଇନା ପୁଣି ଥରେ ଚାଲ୍‌ ଆରମ୍ଭ କରିଛି। ଏକ ରିପୋର୍ଟ ଅନୁଯାୟୀ, ଚାଇନା ସାହାଯ୍ୟ ନାମରେ ଅଧିକ ଋଣ ପ୍ରଦାନ କରି ଏକ ଅଦ୍ୱିତୀୟ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାକୁ ନିଜ ଜାଲରେ ପକାଇବାକୁ ଚାହୁଁଛି।

ଚଳିତ ବର୍ଷ ଶ୍ରୀଲଙ୍କାକୁ ୬ ବିଲିୟନ ଡଲାରର ଋଣ ପରିଶୋଧ କରିବାକୁ ପଡ଼ିବ। ଏଥି ମଧ୍ୟରେ ଚାଇନାର ଦୁଇ ବିଲିୟନ ଡଲାରର ଋଣ ରହିଛି। ଶ୍ରୀଲଙ୍କା ଋଣ ପରିଶୋଧ ପାଇଁ ଚାଇନାକୁ ଏକ ଅନୁକମ୍ପା ସମୟ ମାଗିଥିଲା। ଯାହାକୁ ପ୍ରଥମେ ପ୍ରତ୍ୟାଖ୍ୟାନ କରିଥିଲା ଚାଇନା। ଏହା ପରେ ଚାଇନାର ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ ୟିଙ୍କ ସହ ସାକ୍ଷାତ ସମୟରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଆର୍ଥିକ ସହାୟତା ଲୋଡ଼ିଥିଲେ।

ଋଣ ଛାଡ ପାଇଁ ଶ୍ରୀଲଙ୍କାର ଅନୁରୋଧ ଉପରେ ଏକ ପ୍ରଶ୍ନର ଉତ୍ତରରେ ଚାଇନାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜାଓ ଲିଜିଆନ ଗଣମାଧ୍ୟମକୁ କହିଛନ୍ତି, ବେଜିଂ କଲମ୍ବୋର ସାମାଜିକ-ଅର୍ଥନୈତିକ ବିକାଶରେ ସାହାଯ୍ୟ କରୁଛି। ଯଦି ଦେଖାଯାଏ, ଏହି ବିବୃତ୍ତିର କୌଣସି ଅର୍ଥ ହିଁ ନାହିଁ।

ଶ୍ରୀଲଙ୍କାର ଅର୍ଥ ବ୍ୟବସ୍ଥା ଚାଇନା ଋଣ ପାଇଁ ଖରାପ ଆଡ଼କୁ ଗତି କରୁଛି।

Share