ଚାଇନା ଯୋଗୁ ଏଲ୍‌ଏସିରେ ଦେଖା ଦେଇଛି ବିବାଦ: ଆମେରିକା

ଓ୍ବାଶିଂଟନ/ନୂଆଦିଲ୍ଲୀ, ୭।୧୦: ଭାରତ ଚାଇନା ମଧ୍ୟରେ ଜାରି ରହିଥିବା ସୀମା ବିବାଦ ନେଇ ଆମେରିକା ପୁଣି ମନ୍ତବ୍ୟ ଦେଇଛି। ଆମେରିକା କହିଛି ଯେ, ପୂର୍ବ ଲଦାଖର ଏଲ୍‌ଏସିରେ ଚାଇନା ଯୋଗୁ ବିବାଦ ଜାରି ରହିଛି। ଆମେରିକା ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏଭଳି କୁହାଯାଇଛି। ସୀମା ବିବାଦରେ ଚାଇନାର ଭୁଲ୍‌ ରହିଛି। ସୀମାରେ ଜାଣିଶୁଣି ଚାଇନା ଉତ୍ତେଜନା ସୃଷ୍ଟି ହେବା ଭଳି କାର୍ଯ୍ୟ କରୁଛି। ଫଳରେ ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ହୋଇପାରୁ ନାହିଁ। ଆମେରିକା ଏହି ବିବାଦର ସମାଧାନ ପାଇଁ ବହୁଥିର ପ୍ରୟାସ କରିଛି। ତେବେ ଭାରତ ଚାଇନା ଏହା ଦୁଇ ଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗ, ଏଥିରେ ତୃତୀୟ ପକ୍ଷର ସମ୍ପୃକ୍ତିକୁ ମନା କରାଯାଉଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆମେରିକାର ଏଭଳି ମନ୍ତବ୍ୟ ନେଇ ଏବେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।

Share