କାନାଡା ପୋଲିସର ଅବସରପ୍ରାପ୍ତ ଅଧିକାରୀ ଚାଇନାକୁ ଦେଉଥିଲେ ଗୁପ୍ତ ତଥ୍ୟ, ଗିରଫ

ଓଟାଓ୍ବା,୨୨।୭: ଆମେରିକା ଏବଂ ୟୁରୋପୀୟ ମହାଦ୍ୱୀପରେ ଚାଇନାର ଗୁପ୍ତଚର ବ୍ୟବସ୍ଥାର କାର୍ଯ୍ୟକଳାପ କ୍ରମାଗତ ଭାବେ ବୃଦ୍ଧି ପାଉଛି। ବିଶେଷକରି ସରକାରୀ ବିଭାଗରେ ଚାଇନା ଏହାର ଅନୁପ୍ରବେଶକୁ ଶୀଘ୍ର ବୃଦ୍ଧି କରିବାଳେ ଲାଗିପଡିଛି। ସାଇବର ଆକ୍ରମଣ ସହିତ ଚାଇନା ମଧ୍ୟ ଅନେକ ବିଭାଗରେ ଗୁପ୍ତଚରମାନଙ୍କୁ ନିୟୋଜିତ କରିଛି। କାନାଡାରୁ ଏଭଳି ଏକ ନୂଆ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ୬୦ବର୍ଷ ବୟସ୍କ ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କୁ ଶୁକ୍ରବାର ଗିରଫ କରାଯାଇଛି। ସେ ବେଆଇନ ଭାବେ ଚାଇନାକୁ ସାହାଯ୍ୟ କରୁଥିବା ଅଭିଯୋଗ ହୋଇଛି। ଏହି ମାମଲାର ତଦନ୍ତ ୨୦୨୧ରେ ଆରମ୍ଭ ହୋଇଥିଲା।

ରୟାଲ କାନାଡିୟନ ମାଉଣ୍ଟେଡ ପୋଲିସ (ଆରସିଏମପି) କହିଛି ଯେ ଗିରଫ ହୋଇଥିବା ଅବରସପ୍ରାପ୍ତ ପୋଲିସ ଅଧିକାରୀଙ୍କ ନାମ ୱିଲିୟମ ମାଂଜେଶର ଏବଂ ସେ ମୂଳତ ହଂକଂର। ଚାଇନା ପାଇଁ ଲାଭଦାୟକ ଗୁଇନ୍ଦା ତଥ୍ୟ ସଂଗ୍ରହ କରିବା ପାଇଁ ମାଂଜେଶର ତାଙ୍କ ଜ୍ଞାନ ଏବଂ ନେଟୱାର୍କ ବ୍ୟବହାର କରିଥିଲେ ବୋଲି ଅଭିଯୋଗ ହୋଇଛି।

Share