ପୁଣି ଘନଉଛି ବିପଦ: ରାୱଲପିଣ୍ଡିର ସିକ୍ରେଟ ଲ୍ୟାବ୍‌ରେ ତିଆରି ହେଉଛି ‘ବାୟୋ ଓ୍ବିପନ୍‌’

ଇସ୍‌ଲାମାବାଦ୍‌/ବେଜିଂ,୧୦।୧୧: କରୋନା ସଙ୍କଟରୁ ସାରା ବିଶ୍ୱ ଏପର୍ଯ୍ୟନ୍ତ ମୁକୁଳି ନ ଥିବା ବେଳେ ଆଉ ଏକ ଖବର ସମସ୍ତଙ୍କ ନିଦ ଏବେ ହଜାଇଦେଇଛି। ଚାଇନାରୁ ଆସିଥିବା କରୋନା ବିଶ୍ୱକୁ ଦୋହଲାଇ ଦେଇଥିବା ବେଳେ ଏବେ ପୁଣି ବେଜିଂ ପାକିସ୍ତାନ ସହ ମିଶି ରାୱଲପିଣ୍ଡିର ଏକ ରିସର୍ଚ୍ଚ ଲ୍ୟାବରେ କରୋନାଠାରୁ ଅଧିକ ବିପଜ୍ଜନକ ଭାଇରସ୍‌ ପ୍ରସ୍ତୁତ କରିବାକୁ ଯୋଜନା କରୁଥିବା ଏକ ତଥ୍ୟ ପ୍ରକାଶ ପାଇଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭୟଙ୍କର ଭାଇରସ୍‌ ତିଆରି କରିବା ପାଇଁ ଚାଇନାର କୁଖ୍ୟାତ ଉହାନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜି ଏବଂ ପାକିସ୍ତାନୀ ସେନାର ଡିଫେନ୍ସ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଅର୍ଗାନାଇଜେସନ୍‌(ଡେଷ୍ଟୋ) ଏକ ଉନ୍ନତ ବୈଜ୍ଞାନିକ ଭିତ୍ତିଭୂମି ପ୍ରସ୍ତୁତ କରିଛି। ରିପୋର୍ଟରେ ଦର୍ଶାଯାଇଛି ଯେ, ଚାଇନା ପାକିସ୍ତାନର ରାଓ୍ବଲପିଣ୍ଡି ସ୍ଥିତ ରିସର୍ଚ୍ଚ ସେଣ୍ଟରରେ ଏକ ମାରାତ୍ମକ ଭାଇରସ୍‌ ରୂପେ ‘ବାୟୋ ଓ୍ବିପନ’ ପ୍ରସ୍ତୁତ କରୁଛି। ଏଥିସହ ବିଶ୍ୱକୁ ଯେପରି ଜଣା ନ ପଡ଼େ ଉକ୍ତ ସ୍ଥାନକୁ ଲୁଚାଇ ରଖାଯାଇଛି। ବିଶ୍ୱସ୍ତରୀୟ ରିପୋର୍ଟ ଅନୁଯାୟୀ, ଏହା ଏଭଳି ଏକ ବିପଜ୍ଜନକ ଭାଇରସ୍‌ ଯାହା କରୋନାଠାରୁ ବି ଅଧିକ ଭୟଙ୍କର।

Share