ପୁଣି ଚେତାବନୀ ଦେଲା ଚାଇନା

ବେଜିଂ,୭।୮: ଆମେରିକା ସିନେଟ୍‌ର ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତ ପରେ ଚାଇନା ରାଗରେ ନିଆଁବାଣ ହୋଇପଡିଛି। ତାଇୱାନକୁ ଲାଗିଥିବା ଷ୍ଟ୍ରେଟ୍‌ରେ ସମାରାଭ୍ୟାସ ଜାରି ରଖିଛି। ଡ୍ରାଗନ କହିଛି, ବର୍ତ୍ତମାନ ୟେଲୋ ଏବଂ ବୋହାଇ ସମୁଦ୍ରରେ ମଧ୍ୟ ସାମରିକ କାର୍ଯ୍ୟ ଆରମ୍ଭ କରିବ।
ତାଇୱାନ ଷ୍ଟ୍ରେଟ୍‌ ଉପରେ ଚାଇନାର ସମରାଭ୍ୟାସ ରବିବାର ଶେଷ ହେବ। ଏହାପୂର୍ବରୁ ଆଉ ଦୁଇଟି ସମୁଦ୍ରରେ ସମରାଭ୍ୟାସ ବିଷୟରେ ଡ୍ରାଗନ ପକ୍ଷରୁ ସୂଚନା ଦିଆଯାଇଛି।
ତାଇୱାନର ଆଖପାଖରେ ଚାଲିଥିବା ସମରାଭ୍ୟାସରେ ଚାଇନା ମଧ୍ୟ ଅନେକ ବାଲିଷ୍ଟିକ କ୍ଷେପଣାସ୍ତ୍ରର ପରୀକ୍ଷଣ କରିଥିଲା। ଏହି କ୍ଷେପଣାସ୍ତ୍ର ପରୀକ୍ଷଣ ତାଇୱାନର ରାଜଧାନୀ ତାଇପେଇ ଦେଇ ଯାଇଥିଲା।
ଆମେରିକା କଂଗ୍ରେସ ବାଚସ୍ପତି ନାନ୍ସି ପେଲୋସିଙ୍କ ଗସ୍ତକୁ ବିରୋଧ ଆଳରେ ଏଭଳି ସାମରିକ କାର୍ଯ୍ୟକଳାପ ଗ୍ରହଣୀୟ ନୁହେଁ ବୋଲି କୁହାଯାଇଛି। ତେବେ ସମରାଭ୍ୟାସ ଯଥାର୍ଥ ଓ ଏହାର ଆବଶ୍ୟକତା ରହିଥିବା କହିଛି ବେଜିଂ।
ସୂଚନାଯୋଗ୍ୟ, ତାଇୱାନ-ଚାଇନା ବିବାଦ ମଧ୍ୟରେ ଧସେଇ ପଶିଥିବା ଆମେରିକାକୁ ନେଇ ଚାଇନା ଖପ୍ପା ହୋଇଥିବା ବେଳେ ପରିସ୍ଥିତି ବିଗିଡି ଲାଗିଛି। ଆମେରିକାକୁ ଚେତାବନୀ ଦେବାକୁ ଯାଇ ତାଇୱାନ ବିରୋଧରେ ସମରସଜ୍ଜା ଆରମ୍ଭ କରିଥିବା ଚାଇନାକୁ ଆମେରିକା ଚେତାବନୀ ଦେଇଛି।

Share