Categories: ଜାତୀୟ

ଚାଇନା ଆପ୍‌ ବ୍ୟାନ୍‌: ଚିଙ୍ଗାରି ଆପ୍‌କୁ ଡାଉନଲୋଡ୍‌ କଲେଣି ଲକ୍ଷେରୁ ଅଧିକ ୟୁଜର

ନୂଆଦିଲ୍ଲୀ, ୩୦।୬: ଭାରତରେ ଚାଇନାର ୫୯ଟି ଆପ୍‌କୁ ବ୍ୟାନ୍‌ କରାଯିବା ଲାଗି ଘୋଷଣା କରାଯାଇଛି। ଏସମ୍ପର୍କିତ ଘୋଷଣା ପରେ ୟୁଜର ଟିକ୍‌ଟକ୍‌ର ଭାରତୀୟ ଭର୍ସନ ଚିଙ୍ଗାରି ଆପ୍‌ ଡାଉନଲୋଡ୍‌ କରୁଛନ୍ତି। ସୋମବାରଠାରୁ ଇତିମଧ୍ୟରେ ଲକ୍ଷେରୁ ଅଧିକ ୟୁଜର ଏହି ଆପ୍‌କୁ ଡାଉନଲୋଡ୍‌ କରିସାରିଛନ୍ତି। ପ୍ରତିଘଣ୍ଟାରେ ଏହି ଆପ୍‌କୁ ୨୦ ଲକ୍ଷରୁ ଅଧିକ ୟୁଜର ଭିୟୁ କରୁଥିବା ଜଣାପଡ଼ିଛି। ଚିଙ୍ଗାରି ଆପ୍‌ ଇଂଲିଶ୍‌, ହିନ୍ଦୀ, ବେଙ୍ଗଲୀ,ଗୁଜରାଟୀ, ମରାଠୀ, ପଞ୍ଜାବୀ ସମେତ ୧୦ଟି ଭାଷାରେ ଉପଲବ୍ଧ ହେଉଛି। ଏହି ଆପ୍‌କୁ ବେଙ୍ଗାଲୁରର ପ୍ରୋଗ୍ରାମର ବିଶ୍ୱାତ୍ମା ନାୟକ ଏବଂ ସିଦ୍ଧାର୍ଥ ଗୌତମ ଗତ ବର୍ଷ ପ୍ରସ୍ତୁତ କରିଥିଲେ। ପୂର୍ବରୁ ଏହି ଆପ୍‌କୁ ୩୦ ଲକ୍ଷ ୟୁଜର ଡାଉନଲୋଡ୍‌ କରିଥିଲେ। ତେବେ ଗତ କିଛି ଘଣ୍ଟା ମଧ୍ୟରେ ୟୁଜରଙ୍କକ ମଧ୍ୟରେ ଏହି ଆପ୍‌ର ଲୋକପ୍ରିୟତା ବଢ଼ି ଚାଲିଛି। ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ମଧ୍ୟ ଏହି ଆପ୍‌କୁ ଡାଉନଲୋଡ୍‌ କରି ସାରିଥିବା ଟୁଇଟ୍‌ କରି ସୂଚନା ଦେଇଛନ୍ତି।

Share