୩୬ ବର୍ଷ ପରେ ନିୟମ ବଦଳାଇବାକୁ ଯାଉଛି ଚାଇନା

ବେଜିଂ,୨୦ ।୮: ଚାଇନାର ରାଷ୍ଟ୍ରୀୟ ବିଧାୟିକା ଶାସକ କମ୍ୟୁନିଷ୍ଟପାର୍ଟି ଦ୍ୱାରା ଆଗତ ୩ ସନ୍ତାନ ନିୟମକୁ ଶୁକ୍ରବାର ଔପଚାରିକ ଭାବେ ସମର୍ଥନ କରାଯାଇଛି । ଏହି ନୀତି ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶରେ କରାଯାଇଛି । କାରଣ ଆମେ ଏକ ଆମର ଏକ ଅର୍ଥାତ୍ ଗୋଟିଏ ସନ୍ତାନ ନିୟମ ଅନୁଯାୟୀ ଏବେ ଦୁନିଆର ସବୁଠାରୁ ଅଧିକ ଜନସଂଖ୍ୟା ଥିବା ଦେଶରେ ବର୍ତ୍ତମାନ ଯେଉଁଭଳି ଭାବେ କମ୍ ହେଉଛି ତାକୁ ଦେଖି ଏବେ ନିୟମରେ ପରିର୍ତ୍ତନ କରାଯାଇଛି । ସୂଚନାଯୋଗ୍ୟ, ୧୯୮୦ ଦଶକରେ ରାଷ୍ଟ୍ରପତି ଡେଂଗ ଶାଓପିଙ୍ଗଙ୍କ ଶାସନ ସମୟରେ ୱାନ ଚାଇଲ୍ଡ ପଲିସି ବା ଗୋଟିଏ ସନ୍ତାନ ନିୟମ ଲାଗୁ କରାଯାଇଥିଲା । ଏହି ନିୟମଙ୍କୁ ଭାଙ୍ଗୁଥିବା ଦମ୍ପତିଙ୍କଠାରୁ ସମସ୍ତ ସରକାରୀ ସୁବିଧା ଛଡାଇ ନିଆଯାଉଥିଲା । ଏହାସହ ସରକାରୀ ଯୋଜନା ଓ ସରକାରୀ ଚାକିରି ମଧ୍ୟ ସେମାନଙ୍କୁ ଦିଆଯାଉ ନ ଥିଲା । ଏହି ଯୋଜନା ୨୦୧୫ ପର୍ଯ୍ୟନ୍ତ ଲାଗୁ ହୋଇଥିଲା । ୱାନ ଚାଇଲ୍ଡ ନିୟମ ପରେ ଦେଶରେ ବୃଦ୍ଧଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଜନ୍ମହାର ଅପେକ୍ଷାକୃତ କମ୍ ହୋଇଗଲା । ଏମିତିକି ସମୟକ୍ରମେ ଚାଇନାକୁ ସବୁଠାରୁ କମ୍ ପ୍ରଜନନକ୍ଷମ ଦେଶ ତାଲିକାରେ ରଖିଦିଆଗଲା । ଏବେ କିନ୍ତୁ ନିୟମରେ ପରିବର୍ତ୍ତନ କରାଯାଇ ତିନ ପିଲା ନିୟମ

Share