Categories: ଜାତୀୟ

ୟୁଏନ୍‌ଏସ୍‌ସିରେ ଭାରତର ସ୍ଥାୟୀ ସଦସ୍ୟତା ପାଇଁ ଚାଇନା ଅରାଜି

ନୂଆଦିଲ୍ଲୀ,୨୩ା୭: ଜାତିସଂଘ ସୁରକ୍ଷା ପରିଷଦର (ୟୁଏନ୍‌ଏସ୍‌ସି)ର ସ୍ଥାୟୀ ସଦସ୍ୟତା ପାଇଁ ଭାରତକୁ ୪ ରାଷ୍ଟ୍ରର ସମର୍ଥନ ମିଳିଛି। ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ ଲୋକ ସଭାରେ ଏହି ସୂଚନା ଦେଇଛନ୍ତି। ସ୍ଥାୟୀ ସଦସ୍ୟତା ହାସଲ କରିଥିବା ରୁଷିଆ, ଚାଇନା, ବ୍ରିଟେନ, ଫ୍ରାନ୍ସ ଏବଂ ଆମେରିକା ପାଖରେ ୟୁଏନ୍‌ଏସ୍‌ସିରେ ଯେ କୌଣସି ଅସ୍ଥାୟୀ ରାଷ୍ଟ୍ରଙ୍କୁ ନିଷିଦ୍ଧ କରିବାର କ୍ଷମତା ରହିଛି। ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସଂଖ୍ୟା ବଢ଼ାଇବା ପାଇଁ ଦାବି କରାଯାଉଥିବାବେଳେ ଭାରତକୁ ସ୍ଥାୟୀ ସଦସ୍ୟତା ପ୍ରଦାନ ନେଇ ଚାଇନା ପକ୍ଷରୁ ସମର୍ଥନ ମିଳୁ ନାହିଁ। ୟୁଏନ୍‌ଏସ୍‌ସିର ସ୍ଥାୟୀ ସଦସ୍ୟତା ପାଇଁ ଭାରତ ସମେତ ବ୍ରାଜିଲ୍‌, ସାଉଥ୍‌ ଆଫ୍ରିକା ଜର୍ମାନ ଓ ଜାପାନ ଦାବିଦାର ରହିଛନ୍ତି। ଅନ୍ୟଦେଶ ସହିତ ଉତ୍ତମ ସମ୍ପର୍କ ସ୍ଥାପନ ପାଇଁ ଭାରତ ଏକାଧିକ ରାଷ୍ଟ୍ର ମୁଖ୍ୟଙ୍କ ସହ ଆଲୋଚନା କରିବା ସହ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଗୁରୁତ୍ୱ ଦେଉଥିବା ମୁରଲୀଧରନ କହିଛନ୍ତି।

Share