Categories: ଜାତୀୟ

ବ୍ରହ୍ମପୁତ୍ରରେ ଚାଇନାର ବନ୍ଧ ନିର୍ମାଣ ଉଦ୍ୟମ

ନୂଆଦିଲ୍ଲୀ, ୨୧।୧(ପି.ଟି.): ତିବ୍ବତର ମେଡୋଙ୍ଗଠାରେ ବ୍ରହ୍ମପୁତ୍ର ନଦୀରେ ଚାଇନା ନଦୀବନ୍ଧ ନିର୍ମାଣ ସହ ସୁପର ହାଇଡ୍ରୋ ପାଓ୍ବାର ପ୍ଲାଣ୍ଟ ସ୍ଥାପନ ଉଦ୍ୟମ କରୁଛି। ବେଜିଂର ଏଭଳି ଉଦ୍ୟମକୁ ଭାରତ ପକ୍ଷରୁ ନିନ୍ଦା କରାଯାଇଛି। ନଦୀବନ୍ଧ ନର୍ମାଣ ତଳମୁଣ୍ଡରେ ଥିବା ଭାରତ ଓ ବାଂଲାଦେଶ ଅଧିକାରର ଅବରୋଧ ବୋଲି ନୂଆଦିଲ୍ଲୀ କହିଛି। ବ୍ରହ୍ମପୁତ୍ର ଜଳକୁ ଅଟକାଇ ବେଜିଂ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ କଲେ ଏହାର ଅବବାହିକାଗୁଡ଼ିକରେ ଅଣମୌସୁମୀ ଋତୁରେ ଜଳାଭାବ ଦେଖାଦେବ। କେନ୍ଦ୍ରୀୟ ଜଳ କମିଶନ ସମୀକ୍ଷା ବୈଠକରେ ଏନେଇ ଆଲୋଚନା ହୋଇଛି।

Share