ଜୈବିକ ଅସ୍ତ୍ରଶସ୍ତ୍ର ମାମଲାରେ ରୁଷିଆକୁ ସମର୍ଥନ କଲା ଚାଇନା…

ମସ୍କୋ/ବେଜିଂ,୩।୧୧ : ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତ ୟୁଏନଏସସିରେ ପାରିତ ହୋଇଥିବା ଅନ୍ୟ ଏକ ପ୍ରସ୍ତାବରୁ ନିଜକୁ ଦୂରେଇ ରଖିଛି। ଜୈବିକ ଅସ୍ତ୍ରଶସ୍ତ୍ର ବ୍ୟବହାରକୁ ନେଇ ୟୁକ୍ରେନ ଏକ ବଡ ଦାବି କରିଥିଲା। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ରୁଷିଆ ଦାବି କରିଛି ଯେ ଆମେରିକାର ସାହାଯ୍ୟରେ ୟୁକ୍ରେନ ସେଅନିକମାନେ ଜୈବିକ ଅସ୍ତ୍ର ବ୍ୟବହାର କରୁଛନ୍ତି।

ଏହି ପ୍ରସଙ୍ଗରେ ୟୁଏନଏସସି ଦ୍ୱାରା ଯାଞ୍ଚ୍‌ କରିବାକୁ ରୁଷିଆ ଏକ ପ୍ରସ୍ତାବ ପାରିତ କରିଥିଲା। ୟୁକ୍ରେନର ଲାବୋରେଟୋରୀରେ ଜୈବିକ ଅସ୍ତ୍ରଶସ୍ତ୍ରର ବ୍ୟବହାର ଯାଞ୍ଚ ପାଇଁ ଏକ କମିଶନ ଗଠନ କରାଯିବା ଉଚିତ ବୋଲି ଏଥିରେ କୁହାଯାଇଥିଲା। ତେବେ ରୁଷିଆର ଏହି ପ୍ରସ୍ତାବଠାରୁ ଭାରତ ନିଜକୁ ସମ୍ପୂର୍ଣ୍ଣ ଦୂରେଇ ରଖିଛି।

ରୁଷିଆର ଏହି ପ୍ରସ୍ତାବ ଉପରେ ମତଦାନ କରାଯାଇଥିଲା। ଯେଉଁଥିରେ ରୁଷିଆ କେବଳ ଚାଇନାର ସମର୍ଥନ ପାଇଥିଲା । ଏହି ପ୍ରସ୍ତାବ ବିରୋଧରେ ଆମେରିକା, ବ୍ରିଟେନ ଏବଂ ଫ୍ରାନ୍ସ ଭୋଟ ଦେଇଛନ୍ତି। ଏହି ଭୋଟିଂରେ ଭାରତ ସମେତ ଅନ୍ୟ ଦେଶ ଅଂଶଗ୍ରହଣ କରି ନ ଥିଲେ।

ଗତ ସପ୍ତାହରେ ରୁଷିଆ ଅଭିଯୋଗ କରିଥିଲା ଯେ ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟର ସହାୟତାରେ ୟୁକ୍ରେନରେ ଜୈବିକ ଅସ୍ତ୍ର ବ୍ୟବହାର କରାଯାଉଛି। ଦାବିଗୁଡିକର ଯାଞ୍ଚ ପାଇଁ ୧୫ ସଦସ୍ୟ ବିଶିଷ୍ଟ ପରିଷଦ ଗଠନ କରିବାକୁ ରୁଷିଆ ଦାବି କରିଥିଲା। ମିଳିତ ଜାତିସଂଘରେ ରୁଷିଆର ରାଷ୍ଟ୍ରଦୂତ ଭାସିଲି ନେବେଞ୍ଜିୟା ଗତ ସପ୍ତାହରେ କହିଥିଲେ ଯେ ଦୁଇ ଦେଶ ଜୈବିକ ଅସ୍ତ୍ରଶସ୍ତ୍ର ବ୍ୟବହାର ଉପରେ ନିଷେଧାଦେଶ ଜାରି କରିଛନ୍ତି।

Share