ଚାଇନାର ବାଣିଜି୍ୟକ ପ୍ରତିବନ୍ଧକ ତାଇଓ୍ବାନ ପାଇଁ କ୍ଷତି ପହଞ୍ଚାଇଛି

ତାଇପେଇ,୨୫ା୯: ତାଇଓ୍ବାନ ପ୍ରସଙ୍ଗରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଥିବା ଚାଇନାର ଆଚରଣରେ କୌଣସି ପରିବର୍ତ୍ତନ ଦେଖାଯାଉନାହିଁ। ଆମେରିକା ଲୋକ ସଭାର ବାଚସ୍ପତି ନାନ୍ସି ପେଲୋସୀଙ୍କ ତାଇଓ୍ବାନ ଗସ୍ତ ପରେ ତାଇଓ୍ବାନ ଉପରେ ବାଣିଜ୍ୟକୁ ନେଇ ଚାଇନା ଦ୍ୱାରା ପ୍ରତିବନ୍ଧକ ଜାରି ରହିଛି। ତାଇଓ୍ବାନର କେବଳ ଫଳ ଏବଂ ମାଛ ଉତ୍ପାଦନକାରୀଙ୍କ କ୍ଷତି ହେବାର ଭୟ ତାହା ନୁହେଁ, ଭବିଷ୍ୟତକୁ ନେଇ ମଧ୍ୟ ଚିନ୍ତା କରିଛି। ଉଲ୍ଲେଖନୀୟ ବିଷୟ ହେଉଛି ତାଇଓ୍ବାନରୁ ପ୍ରତିଦିନ ହଜାର ହଜାର ଟନ୍‌ ଫଳ ଏବଂ ମାଛ ଚାଇନା ଯାଉଛି।

ଏହି ବାଣିଜ୍ୟ ନାନ୍ସିଙ୍କ ଗସ୍ତ ପର୍ଯ୍ୟନ୍ତ ଠିକ୍‌ ଥିଲା। କିନ୍ତୁ ନାନ୍ସିଙ୍କ ଗସ୍ତ ପରେ ଚାଇନା ଏହାକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିଛି। ଏହାପୂର୍ବରୁ ତାଇଓ୍ବାନରୁ ଚାଇନାକୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ଅଙ୍ଗୁର ପଠାଯାଇଥିଲା। ଚାଇନାକୁ ଦୃଷ୍ଟିରେ ରଖି ତାଇଓ୍ବାନର କୃଷକମାନେ ମଧ୍ୟ ଉତ୍ପାଦନ କରୁଥିଲେ। କିନ୍ତୁ ବର୍ତ୍ତମାନ ପରିସ୍ଥିତି ବଦଳି ଯାଇଛି। ଚାଇନାର ବାଣିଜି୍ୟକ ପ୍ରତିବନ୍ଧକ ଯୋଗୁ ତାଇଓ୍ବାନ କ୍ଷତି ସହୁଛି। ତଥାପି ପ୍ରକୃତି ଛାଡୁନି ଚାଇନା। ଗୋଟେ ପରେ ଗୋଟେ ପ୍ରତିବନ୍ଧକ ଲଗାଇଚାଲିଛି।

Share